IMG 20260320 WA0259

ଅଧୀକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ ତରଫରୁ ବାମନଘାଟି ଵନ୍ଦ ସ୍ଥଗିତ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ସୁନାପୋଷୀ ଗ୍ରାମରେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକର ଆଦିବାସୀ ନାବାଳିକା ପ୍ରତି ବଳାତ୍କାର ଉଦ୍ୟମରେ ପୋଲିସଠାରୁ ନ୍ୟାୟ ପାଇଁ ଚଳିତ ମାସ ୧୩ ତାରିଖ  ଦିନ ଵହଳଦା ବାଇପାସରେ ରାସ୍ତା ଅବରୋଧ କରିଥିଲେ ।ରାସ୍ତା ଅବରୋଧ ସମୟରେ ପୋଲିସ ଅବରୋଧକାରୀଙ୍କୁ ମାଡ଼ ଦେବା ଫଳରେ ଉତ୍ୟକ୍ତ ଅବରୋଧକାରୀ  ପୋଲିସଙ୍କୁ ପ୍ରତି ଆକ୍ରମଣ କରିବାରୁ  ୨ ପୋଲିସ ଗୁରୁତର ଥିବାବେଳେ ୧୧ କର୍ମଚାରୀ ଆହତ ହୋଇଥିଲେ ।ପୋଲିସ ଘଟଣାକୁ ନେଇ ୨୭ ଜଣ  ମହିଳା ସମେତ ୩୪ ଜଣଙ୍କୁ ବିଭିନ୍ନ ସାଂଘାତିକ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ଜେଲରେ ଥିବା ମହିଳା ଏବଂ ପୁରୁଷଙ୍କ ନାମରେ ମାମଲା କଟାଯାଇ ନିର୍ଦୋଷରେ ଜାମିନ ଦେବା ପାଇଁ ଆଦିବାସୀ ଏକତା ମଞ୍ଚ, ବିଜେଡି,ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଏବଂ କଂଗ୍ରେସ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଦୁଇଦିନ ଧରି  ଧାରଣା  ଦେଇଥିଲେ ।ପ୍ରଶାସନ ନ ଶୁଣିବାରୁ   ବାଧ୍ୟ ହୋଇ ୨୦/୨୧ ଦୁଇଦିନ ଧରି ବାମନଘାଟୀ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଥିଲା l ଗତକାଲି  ବାମନଘାଟୀ ବନ୍ଦ ସମ୍ପୁର୍ଣ ସଫଳ  ହୋଇଥିଲା । ଅପରାହ୍ନରେ  ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା ଆସେକା କାର୍ଯ୍ୟାଳୟ ପରିସରରେ ଆସେକା ନେତୃବୃନ୍ଦ,ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡୀ,ରାଇରଙ୍ଗପୁପୁର ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ,ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ  ଦେବାଶିଷ ମାରାଣ୍ଡୀ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ସୁନିଲ ମାଝୀ,ସାଲୁକିସ୍କୁ ,ସମେତ ଅନ୍ୟ ନେତୃବୃନ୍ଦ ଙ୍କ ସହ  ଆଲୋଚନା କରି ଏକ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।ଜେଲରେ ଥିବା ଆଦିବାସୀଙ୍କ ଉପରେ ସଙ୍ଗୀନ ଦଫା ହଟାଇବା ସହ  ସେମାନଙ୍କୁ ଜାମିନରେ ଖଲାସ କରାଯିବ ।
ସେହିଭଳି ଵିଧାନସଭାରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ମଧ୍ୟ ଆଦିବାସୀମାନଙ୍କ ଉପରେ ମାମଲା ପ୍ରତ୍ୟାହାର କରାଯାଇ ଜେଲରୁ ଖଲାସ କରାଯିବା ପାଇଁ ବାଚସ୍ପତିଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିଥିଲେ ।ପୋଲିସ ପ୍ରଶାସନଠାରୁ ପ୍ରତିଶ୍ରୁତି ପାଇଲାପରେ  ଆଦିବାସୀ ଏକତା ମଞ୍ଚ ତରଫରୁ ଆସେକା କାର୍ଯ୍ୟାଳୟ ପରିସରରେ  ଏକ ଖଵରଦାତଗ ସମ୍ମିଳନୀ ଆୟୋଜିତ ହୋଇଥିଲା ।ଏଥିରେ ଆବାହକ ଜୀତେନ୍ଦ୍ର ନାଥ ହାଁସଦା,ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ବିଜେଡି ଯୁବନେତା ଅଭିଷେକ ପଟନାୟକ ,ମନୋରଞ୍ଜନ ହାଃସଦା,ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।ନେତୃବୃନ୍ଦ କହିଥିଲେ ପ୍ରଶାସନ ଉପରେ ଆମର‌ ସମ୍ପୁର୍ଣ ବିଶ୍ବାସ ଅଛି । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆମେ  ବନ୍ଦକୁ ସ୍ଥଗିତ କରୁଛୁ ।ଶନିବାର ଦିନ ଜେଲ ପିଡିତା ମାନଙ୍କୁ ଯଦି ଜାମିନ ନ ମିଳେ ପରବର୍ତ୍ତି କାର୍ଯ୍ୟକ୍ରମ ବୈଠକ ପରେ ସିଦ୍ଧାନ୍ତ ନେବୁ ।ବନ୍ଦକୁ ବାମଘାଟୀ ପୁର୍ଣ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ କମିଟି ତରଫରୁ କୃତଜ୍ଞତା ଜଣାଯାଇଛି ।