ବାରିପଦା : ଗତକାଲି ବିଳମ୍ବିତ ରାତ୍ରୀରେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମାଳିହୋତା ଗ୍ରାମର କୃତିବାସ ବେହେରା ଙ୍କ ଘରେ ଡ଼କାୟତ ପଶି କକାକନା ବୁଲାଇଛନ୍ତି l ଘରେ ସମସ୍ତେ ଶୋଇଥିବା ସମୟରେ ଡ଼କାୟତ ପଶି ଏକ ଲୁହା ଆଲମିରା କୁ ଭାଙ୍ଗି ସେଥିରେ ଥିବା ମଙ୍ଗଳସୂତ୍ର ସମେତ ସୁନା ଏବଂ ରୁପା ଅଳଙ୍କର ଲୁଟିନେଇଛନ୍ତି l ଏଥି ସହିତ ଏକ ବାକ୍ସ କୁ ଭାଙ୍ଗିବା ସହିତ ଘର ରୁ କିଛି ଦୂରରେ ଫୋପାଡି ଦେଇଛନ୍ତି l ଏ ବାବଦରେ ମୋରଡ଼ା ଥାନାରେ ଅଭିଯୋଗକ୍ରମେ ଏକ ଚୋରି ମାମଲା ରୁଜୁ କରିବା ସହ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଅଛି l
