ବାରିପଦା: ମୟୂରଭଂଜ ଜିଲ୍ଲା ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ସୁନାପୋଷୀ ଗ୍ରାମରେ ଗତ ମାର୍ଚ ୧୨ ତାରିଖ ଅପରାହ୍ନରେ ଜନୈକ ଆଦିବାସୀ ନାବାଳିକାକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅସଦାଚରଣ ମାମଲା ନେଇ ୧୩ ତାରିଖ ଦିନ ବହଳଦା ବାଇପାସ୍ ଛକରେଆଦିବାସୀମାନେ ପିଡିତା ନାବାଳିକାକୁ ନ୍ୟାୟ ଦାବିରେ ଧାରଣା ବସିଥିବାବେଳେ ପୋଲିସ ଆକ୍ରମଣ କରିଥିଲା ।ଫଳରେ ଉତ୍ଯକ୍ତ ଲୋକଙ୍କ ସହ ପୋଲିସର ଗଣ୍ଡଗୋଳ ଘଟିଥିଲା ।ଘଟଣାକୁ ନେଇ ୨୭ ଜଣ ମହିଳା ସମେତ ୩୪ ଜଣଙ୍କୁ ଗିରଫ କରି ବିଭିନ୍ନଦଫାରେ କୋର୍ଟ ଚାଲାଣ କରିଛନ୍ତି । ଜେଲରେ ଥିବା ମହିଳା ଓ ପୁରୁଷଙ୍କ ନାମରେ ମିଥ୍ୟା ମାମଲାକୁ ପ୍ରତ୍ୟାହାର କରିବା ସହ ଜେଲରୁ ବିନା ସର୍ତ୍ତରେ ଖଲାସ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ୧୬/୧୭ ଦୁଇଦିନ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା ।ଆଜି ଆଦିବାସୀ ଏକତା ମଞ୍ଚ ତରଫରୁ ଆସେକା କାର୍ଯ୍ୟାଳୟ ପରିସରରେ ଆସେକାର ଜୀତେନ୍ଦ୍ରନାଥ ହାଁସଦା,ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପଶ୍ଚିମ ମୟୂରଭଂଜ ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ,ରାଇରଙ୍ଗପୁରପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ଝାଡଖଣ୍ଡ ମୁକ୍ତି ମୋର୍ଚା ବରିଷ୍ଠ ନେତା ସୁନିଲ ମାଝୀ,ସାଲୁ କିସ୍କୁ,ମାସା ସଂଗଠନର ରାମ ମୁର୍ମୁ,ମାସା ଆର୍ମି ର ସୁକଲାଲ ମାର୍ଣ୍ଡୀ,ଭଂଜ ଖେରଓ୍ବାଲ ଯୁମିଦ ସଂଗଠନର ଫୁରମାଲ ହାଁସଦା,ସିଦହାରା ସୁସୁର ଆକଳା ପଦ୍ମ ଚରଣ ବାନରା,ଆଇସ୍ତାର ଦୁଗୁ ମାହାଲି,କିସୁନ ହାଁସଦାଃ,ମାହାଲି ସମାଜ ର ଶେଖର ମାହାଲି ,ମୟୂରଭଂଜ ହୋ ସମାଜ ର ମୋଟକା ବିରୁଆ,ସାଉଁତା ସେଚେଡ ଅଭିଯାନ ର ତପନ ମାଝୀ,ଭାରତ ଯାକତା, ମାଝୀ ପାରାଗାନ ର ନାରାୟଣ ମୁର୍ମୁ,ଓଡ଼ିଶା ସାନ୍ତାଳ କଳାକାର ସଂଘ ଭାଗବତ ହାଁସଦା,ଖେରଓ୍ବାଳ ଯୁମିଦ ଗାଉଁତା ର ଦେବୀ ପ୍ରସନ୍ନ ଵେଶ୍ରା,ସାରଜମ୍ ର ଶଙ୍କର ସେନ ମୁର୍ମୁ ସମେତ ବହୁ ଆଦିବାସୀ ସଂଗଠନର ନେତୃବୃନ୍ଦ ଉପସ୍ଥିତ ରହି ଆସନ୍ତା କାଲି ସୁଦ୍ଧା ଜେଲରେ ଥିବା ୩୪ ଜଣଙ୍କ ଉପରେ ମିଥ୍ଯା ମାମଲା ପ୍ରତ୍ୟାହାର ସହ ତୁରନ୍ତ ଖଲାସ କରା ନ ଗଲେ ଆସନ୍ତା ୨୦/୨୧ tarikh ଦୁଇଦିନ ୪୮ ଘଣ୍ଟିଆ ବାମନଘାଟିରେ ଅଖଚକ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦକରାଯିବ ବୋଲି ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି l
