ବାରିପଦା : ଆଜି ଗୁରୁବାର ଏକ ଆକ୍ରମଣ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାରକରି ମାନ୍ୟବର ଜିଲ୍ଲା ଓ ଦୌରାଜଜ ସୁଦୀପ୍ତ ଆଚାର୍ଯ୍ୟ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୂନଗଡିଆ ଅଞ୍ଚଳର ବୁଲେଟ ଏଲିଏସ କ୍ରିଷ୍ନା ମୁଖୀ ଏବଂ ଭିକି ବେହେରା କୁ ଦଫା 394 ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 324 ରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଏବଂ ଦଫା 294 ଅନୁଯାୟୀ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରଣୀ ରୁ ପ୍ରକାଶ ଯେ 14-8-2018 ରିଖ ଦିନ ପାଖାପାଖି ଦୁଇଟା ସମୟରେ ବାରିପଦା ଟାଉନ ଥାନା ଅଧିନରେ ଥିବା ଡାକ୍ତରଖାନା ଆଉଟପୋଷ୍ଟରେ ରେ କାର୍ଯ୍ୟରତ ପୋଲିସ କର୍ମଚାରୀ ସ୍ଥାନୀୟ ମଧୁବନ ଅଞ୍ଚଳର ଅର୍ଜୁନ ବିନ୍ଧାଣୀ ଏବଂ ଝାରପୋଖରିଆ ଥାନାରେ କାର୍ଯ୍ୟରତ ଦିବାକର ସିଂ କୌଣସି କାର୍ଯ୍ୟରେ ଟାଉନଥାନା କୁ ଯାଉଥିବା ସମୟରେ ବାଲେଶ୍ଵର ଗୋଲେଇ ନିକଟସ୍ଥ ଏକ ଘରୋଇ ନର୍ସିଙ୍ଗ ହୋମ ସମ୍ମୁଖରେ ଏହି ଦୁଇ ଅଭିଯୁକ୍ତ ଆସି ଏମାନଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଅର୍ଜୁନ ବିନ୍ଧାଣୀ ଙ୍କ ସୁନା ଚେନ କୁ ଛଡାଇ ନେଇଥିଲେ l ଏହାକୁ ବିରୋଧ କରିବାରୁ କ୍ରିଷ୍ଣା ମୁଖୀ ହାତରେ ଧରିଥିବା ଏଜ ବିଅର ବୋତଲକୁ ଭାଙ୍ଗି ଦିବାକର ଙ୍କୁ ଆକ୍ରମଣ କରିଥିଲା l ବୋତଲ କୁ ଛଡାଇବାକୁ ଉଦ୍ୟମ କରି ଅର୍ଜୁନ ମଧ୍ଯ ଆକ୍ରମଣ ର ଶୀକାର ହୋଇଥିଲେ l ଫଳରେ ଦୁଇଜଣଯାକ ଗୁରୁତର ଆହତ ହୋଇଥିଲେ l ଏ ବାବଦରେ ଅର୍ଜୁନ ବିନ୍ଧାଣୀ ଙ୍କ ଅଭିଯୋଗକ୍ରମେ ଟାଉନ ଥାନାରେ କେସ ନମ୍ବର 185/18 ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ପରେ ଉଭୟ ଜାମିନରେ ଆସିଥିଲେ l ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ରାୟ ପ୍ରକାଶ ସମୟରେ କ୍ରିଷ୍ନା ମୁଖୀ ଅନୁପସ୍ଥିତ ଥିବା ଯୋଗୁଁ ତା ନାମରେ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଅଛି lଉକ୍ତ କେସକୁ ସରକାରୀ ଅଭିଯୋଗକ ସସ୍ମିତା ମହାପାତ୍ର ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l
