ଗୁଜରାଟରେ ପହଞ୍ଚିଲା ଶିବାଲିକ୍ ଜାହାଜ: ଦୂର ହେବ ଏଲପିଜି ସଙ୍କଟ

ଦେଶ - ବିଦେଶ

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ପତାକା ବିଶିଷ୍ଟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏଲପିଜି କ୍ୟାରିଅର ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ଜାହାଜଟି ହର୍ମୁଜରୁ ସୁରକ୍ଷିତ ଭାବରେ ପାର ହୋଇ ଭାରତ ଅଭିମୁଖେ ଯାତ୍ରା କରିଥିଲା, ଯେଉଁଥିରେ ୪୫,୦୦୦ ମେଟ୍ରିକ୍ ଟନରୁ ଅଧିକ ଏଲପିଜି ରହିଛି । ଏହା ମଧରୁ ମୁନ୍ଦ୍ରା ବନ୍ଦରରେ ଶିବାଲିକ ଜାହାଜରୁ ଏଲପିଜି ଗ୍ୟାସ୍ ଅନଲୋଡ କରାଯିବ । ଏହା ଦେଶରେ ଜାରି ରହିଥିବା ଏଲପିଜି ଯୋଗାଣ ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ ।

ଇରାନ-ଇସ୍ରାଏଲ ବିବାଦ ଯୋଗୁଁ, ହର୍ମୁଜରେ ଅନେକ ଜାହାଜ ଫସି ରହିଥିଲା । ଭାରତ ସରକାରଙ୍କ ନିରନ୍ତର କୂଟନୈତିକ ପ୍ରୟାସ ପରେ, ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ଯିବାକୁ ଅନୁମତି ମିଳିଥଲା । ଏହି ଜାହାଜଗୁଡ଼ିକ ମଧ୍ୟରୁ ପ୍ରଥମ ଶିବାଲିକ୍ ଏବେ ମୁନ୍ଦ୍ରା ବନ୍ଦରରେ ଅପରାହ୍ନ ୫ଟାରେ ପହଞ୍ଚିଛି । ଏଥିରେ ୪୬ ହଜାର ମାଟ୍ରିକ ଟନର ଏଲପିଜି ରହିଛି । ଦ୍ୱିତୀୟ ଜାହାଜ ନନ୍ଦା ଦେବୀ ମାର୍ଚ୍ଚ ୧୭ ତାରିଖରେ କାଣ୍ଡଲା ବନ୍ଦରରେ ପହଞ୍ଚିବ।

ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୋଟିଏ ଜାହାଜ ପହଞ୍ଚିଛି । ହରମୁଜ୍ ପ୍ରଣାଳୀର ପଶ୍ଚିମରେ ଅବସ୍ଥିତ ପାରସିଆନ୍ ଉପସାଗରରେ ୨୪ଟି ଭାରତୀୟ ପତାକା ଜାହାଜ ଥିଲା । ଏଥିମଧ୍ୟରୁ ଦୁଇଟି ଜାହାଜ – ଶିବାଲିକ୍ ଏବଂ ନନ୍ଦା ଦେବୀ ଏଲପିଜି ବାହକ । ଏହି ଜାହାଜ ଗୁଡ଼ିକ ପ୍ରାୟ ୯୨, ୭୦୦ ମେଟ୍ରିକ୍ ଟନ୍ ଏଲପିଜି ବହନ କରୁଛନ୍ତି ।

Shrutilipi ad