IMG 20260313 WA0203

 ଆଦିବାସୀ ନାବାଳିକାକୁ ଅସଦାଚରଣ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ରାଜ୍ୟ
  • ପୋଲିସ ଓ ମାଜିଷ୍ଟ୍ରଟଙ୍କୁ ପଥର ମାଡ଼, ୩୮ ଜଣଙ୍କୁ ଉଠାଇଲା ପୋଲିସ
ବାରିପଦା : ଗୁରୁବାର ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା  ତିରିଂ ଥାନା ଅନ୍ତର୍ଗତ ଵିଞ୍ଝୁଆ ଗ୍ରାମର ଜନୈକ ନାବାଳିକାକୁ ଜନୈକ ସଂଖ୍ୟାଲଘୁ ଯୁବକର ଅସଦାଚାରଣ ମାମଲା ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ମହୁ ଭଣ୍ଡାର ନିକଟସ୍ଥ ଵାଉତିବେଡା ଗ୍ରାମର ମେଘରାୟ ବାସ୍କେଙ୍କ ନାବାଳିକା ଝିଅ ନିଜ ମାମୁଁଙ୍କ ଵିଞ୍ଝୁଆ ନିକଟସ୍ଥ ସୁନାପୋଷି ରାଜସ୍ଵ ଗ୍ରାମର ଇଛାଘୁଟୁ ପଡାଗ୍ରାମକୁ ଵାହାପର୍ବ ପାଇଁ ଆସିଥିଲେ ।ତେବେ ବିଞ୍ଝୁଆ ଜନସେବା କେନ୍ଦ୍ରରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ଗାଁ ମୁଣ୍ଡରେ ଥିବା ସ୍କୁଲ ପାଖ ରାସ୍ତାରେ ଏକୁଟିଆ ଯାଉଥିବାବେଳେ ବିଞ୍ଝୁଆ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ସେକ୍ ଇସମାଇଲଙ୍କ ପୁଅ ସେକ୍ ଛୋଟୁ ନାବାଳିକାକୁ ଅସଦାଚାରଣ ଉଦ୍ୟମ କରିଥିଲା  ।ନାବାଳିକା ଭୟରେ ପାଟିତୁଣ୍ଡ କରିବାରୁ ଗାଁ ଲୋକେ ଦୌଡ଼ି ଆସିଲା ବେଳକୁ  ଯୁବକ ପ୍ରାଣ ବିକଳରେ ଖସି ପଳାଇଥିଲା ।ଗ୍ରାମ ଲୋକେ ଉତ୍ୟକ୍ତ ହୋଇ ଆସାମୀଙ୍କୁ ଘର ଉପରେ ଆକ୍ରମଣ କରିଥିଲେ ।ଖବର ପାଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା, ରାଇରଙ୍ଗପୁର ଏସଡିପିଓ ଵୀରେନ୍ଦ୍ର ସେନାପତି ପୋଲିସ  ଟିମ୍ ପହଞ୍ଚି ରାତି ତମାମ ଗାଁରେ ଜଗି ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଗତକାଲି  ସକାଳୁ ମଧ୍ୟ ଗ୍ରାମବାସୀଙ୍କ ସହ ପୋଲିସର ମିମାଂସା ହୋଇ ପାରି ନ ଥିଲା । ସକାଳୁ ଦୁଇଟି ଗ୍ରାମର ଶତାଧିକ ଲୋକେ ବହଳଦା ବାଇପାସ୍ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।ସେମାନଙ୍କ ଦାବି ମୁଖ୍ୟ ଆସାମୀକୁ ସେମାନଙ୍କୁ ପାଖକୁ ଅଣାଯାଉ ।ରାସ୍ତା ଅବରୋଧ ସମୟରେ ପୋଲିସ ତରଫରୁ କିଛି ଯୁବକଙ୍କ ଉପରେ ଲାଠିମାଡ ହୋଇଥିଲା l ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ସଂଘବଦ୍ଧ ଭାବେ  ପୋଲିସ ଙ୍କ ଉପରେ ପଥରବାଜି ଓ ଆକ୍ରମଣ କରିଥିଲେ ।୧୨ ରୁ ଉର୍ଦ୍ଧ ପୋଲିସ ଆହତ ସୋଇଥିବାବେଳେ ୩ ଜଣ ପୋଲିସ ଗୁରୁତର‌ ହୋଇଥିଲେ ।ମାଜିଷ୍ଟ୍ରେଟ ଵହଳଦା ତହସିଲଦାରଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ଓଲଟାଇ ଦେଇଥିଲେ ।ଖବର ପାଇ ବାରିପଦାର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୀପକ ଗୋଛାୟତ ,ପ୍ରଶାସନିକ ଅଧିକାରୀ ଙ୍କ ସମେତ ଦୁଇ  ପ୍ଳାଟୁନ ପୋଲିସ ଘଟଣସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।ପିଡିତା ଲିଖିତ ଅଭିଯୋଗ ସହ ଏକ କେଶ ମାମଲା ୪୦/୨୬ ରୁଜୁ କରିଥିଲା ।ପୋଲିସ ଗାଁରେ  ଫ୍ଳାଗ ମାର୍ଚ କରିବା ସହ ୩୮ ଜଣଙ୍କୁ ଉଠାଇ ତଦନ୍ତ କରୁଛି । ପ୍ରକାଶ ଥାଉକି ବିଗତ ମାସେ ହେଲାଣି  ତିରିଂ ଥାନା ବହଳଦା ଅଞ୍ଚଳରେ ଅରାଜକତା ବଢ଼ି ଚାଲିଛି । ଡାହାଣୀ ସନ୍ଦେହରେଜଣେ ବୃଦ୍ଧା ଙ୍କୁ ହତ୍ୟା, ଛେଳିଚୋରୀ ମାମଲାରେ ନାବାଳକକୁ ହତ୍ୟା ଏବଂ ଆଜି ନାବାଳିକା ଅସଦାଚରମାମଲାରେ ପୋଲିସ ଏଵଂ‌ଗ୍ରାମବାସୀଙ୍କ ମଧ୍ୟରେ ମାରପିଟ୍ ଇତ୍ୟାଦି ।ଯାହାକୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଛି ।
Shrutilipi ad