IMG 20260314 WA0216

 ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ: କିସାନ ବ୍ରଦର୍ସ ଚମ୍ପିୟାନ 

ରାଜ୍ୟ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ ହଜାର ହଜାର ଦର୍ଶକଙ୍କ ଗହଣରେ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ବାରିପଦାର କିସାନ ବ୍ରଦର୍ସ ଟାଇ ବ୍ରେକର ଜରିଆରେ ୬-୫ ଗୋଲରେ ମୟୁରଭଞ୍ଜର ସାମଡ଼ିହି ଏଫ ସି ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ଜାତୀୟ ରେଫେରୀ ସନ୍ତୋଷ କୁମାର ରାଉତ, ଦିଲ୍ଲୀପ କୁମାର ପ୍ରଧାନ, ଦୀପକ ଖୁଣ୍ଟିଆ ଓ ରାଜୀବ କୁମାର ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ମନୋଜ ପାତ୍ର, ଶୁଭଦ୍ରା ହେମ୍ବ୍ରମ ଓ ରଜତ ତିରିଆ ଧାରା ବିବରଣୀ ପ୍ରଦାନ କରିଥିଲେ I ଚମ୍ପିୟାନ ଦଳକୁ ଦେଢ଼ ଲକ୍ଷ ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ଏକ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ଝାଡ଼ଖଣ୍ଡର ବ୍ଲାକ ପେନ୍ଥାର ଓ ବିହାରର ଲିଭାରପୁଲ ଦଳକୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା I କମିଟିର ଯୁଗ୍ମ ସମ୍ପାଦକ ବିନୋଦ ସିଂ ବାବୁ ଙ୍କ ତରଫରୁ ଶ୍ରେଷ୍ଠ ଖେଳାଳି ଭାବେ ଛୁଟୁ ମୁର୍ମୁ, ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ ସଞ୍ଜୟ ହେମ୍ବ୍ରମ, ଶ୍ରେଷ୍ଠ ଡିଫେନ୍ସ ଭାବେ ଗୁମାନ ସିଂହ ଓ ଶ୍ରେଷ୍ଠ ଶୃ୍ଖଳିତ ଖେଳାଳି ଭାବେ ସୁକୁଲ ମୁର୍ମୁ ଙ୍କୁ ବାଇ ସାଇକେଲ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପୁରସ୍କାର ବିତରଣ କରିବା ସହ ଏହି ଟୁର୍ଣ୍ଣାମେଣ୍ଟ ପୁଣିଥରେ ମୟୁରଭଞ୍ଜ ଫୁଟବଲର ପୂର୍ଵ ଗୌରବକୁ ଫେରାଇ ଆଣିବ ବୋଲି ଆଶା ପୋଷଣ କରିଥିଲେ I ସମ୍ମାନିତ ଅତିଥି ଭାବେ ମୁଖ୍ୟ ପୃଷ୍ଠପୋଷକ ପ୍ରୀତିଶ ବସା ଓ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜୀବନ କୁମାର ସାହୁ ଟୁର୍ଣ୍ଣାମେଣ୍ଟର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଶିଳ୍ପପତି ଅଶୋକ ତ୍ରିପାଠୀ, ବିଶିଷ୍ଟ ଫୁଟବଲ ଖେଳାଳି ପରେଶ ଦାସ ଙ୍କ ସମେତ ଆୟୋଜନ କମିଟିର ଅଧ୍ୟକ୍ଷ ଅସିତ ବରଣ ପତି, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ଲଲାଟେନ୍ଦୁ ବେହେରା, ବିଜୟ ଦାସ, କଲ୍ୟାଣ ସିହ୍ନା, ବିଶ୍ୱଜିତ ନାୟକ, କୈଳାଶ ବେହେରା, କୁମାର ରଞ୍ଜନ ପଣ୍ଡା, ଦିଲ୍ଲୀପ ମିସ୍ତ୍ରୀ, ପ୍ରଦୀପ ମିସ୍ତ୍ରୀ, ବିଜୟ ଦାସ, କବି ବିଷ୍ଣୁ ଶତପଥି, ସନ୍ତୋଷ କୁମାର ବରାଜ, ଅବନୀ ମହାନ୍ତି, ରାଜୀବ ଜେନା, ଭରତ ନାୟକ,  ଅଶୋକ କୁମାର ବେହେରା, ଶ୍ରବଣ ମିସ୍ତ୍ରୀ, ମହାଦେବ ପାତ୍ର, ହରପ୍ରସାଦ ପାତ୍ର, କପିଲ ଖଣ୍ଡେଲୱାଲ, ତରୁଣ ପାଲବାବୁ, ଜୟନ୍ତ ନାୟକ, ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ବିଶିଷ୍ଟ ଫୁଟବଲ ଖେଳାଳି ସେଙ୍ଗେଲ ସିଂ ସୋରେନ, ଅମୁଲ୍ୟ ମିଶ୍ର, ଯଦୁନାଥ ମାଝୀ, ଜୟକୃଷ୍ଣ ପାତ୍ର, ନୌସାଦ ଅଲ୍ଲୀ, ଭୁବନ ସାହୁ ଓ ବିଭୁତି ମହାନ୍ତିଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I
Shrutilipi ad