ବାରିପଦା : ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଓଡ଼ିଆ ବୀର ବକ୍ସି ଜଗବନ୍ଧୁ ଥିଲେ ଅନ୍ୟତମ I ତାଙ୍କର ବୀରତ୍ୱର କାହାଣୀକୁ ନାଟକ ରୂପ ଦେଇଥିଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ I ପ୍ରତିଷ୍ଠିତ ନିର୍ଦ୍ଦେଶକ ଧୀର ମଲ୍ଲିକଙ୍କ ନିର୍ଦ୍ଦେଶନାରେ ଓଡିଶାର ଅଦ୍ଵିତୀୟ ନାଟ୍ୟସଂସ୍ଥା ଶତାବ୍ଦୀର କଳାକାର ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଚଳିତ ମାସ ୧୫ ତାରିଖରେ ନାଟକ “ମହାସଂଗ୍ରାମର ମହାନାୟକ : ବକ୍ସି ଜଗବନ୍ଧୁ” ପରିବେଷଣ କରିବେ I ବାରିପଦାର “ଆମେ” ନାଟ୍ୟସଂସ୍ଥା ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ଯୁଗାନ୍ତକାରୀ ନାଟକକୁ ନିଃଶୁଳ୍କରେ ଦେଖିବା ସହ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ସଂସ୍ଥାର ପ୍ରତିଷ୍ଠାତା ଚିନ୍ମୟ ଦାସ ପଟ୍ଟନାୟକ ବାରିପଦାବାସୀ ଙ୍କୁ ଅନୁରୋଧ କରିଛନ୍ତି I

