IMG 20260310 WA0297

 ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ

ରାଜ୍ୟ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ପ୍ରଥମ ମ୍ୟାଚରେ ଝାଡ଼ଖଣ୍ଡର ବ୍ଲାକ ପେନ୍ଥାର ଏଫ ସି ୧-୦ ଗୋଲରେ ପି ଆର ଏମ ଏଫ ସି କୁ ପରାସ୍ତ କରିଛି I ରାଜେନ ମୁର୍ମୁ ଏକ ମାତ୍ର ଗୋଲ ସ୍କୋର କରିଥିଲେ I ସନ୍ତୋଷ କୁମାର ରାଉତ, ଦିଲ୍ଲୀପ କୁମାର ପ୍ରଧାନ ଓ ରାଜୀବ କୁମାର ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ସେହିପରି  ୨ୟ ମ୍ୟାଚ କଟକର ବାବା ପିଲଚୁ ୟୁଥ କ୍ଲବ ଓ ମୟୁରଭଞ୍ଜର ସାମଦିହି ଏଫ ସି ମଧ୍ୟରେ ଅନୁଷ୍ଠିତ ହୋଇଅଛି  I ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ସୁପ୍ରିମ କୋର୍ଟ ପେନାଲ ବରିଷ୍ଠ ଆଇନଜୀବୀ ଜୀବନ କୁମାର ସାହୁ, ଡଃ ଅଶୋକ ତ୍ରିପାଠୀ, ଉତ୍ତରା ତ୍ରିପାଠୀ, ସମାଜସେବୀ ସୌରଭ ମୋଦି, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜନ କମିଟିର ଅଧ୍ୟକ୍ଷ ଅସିତ ବରଣ ପତି, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠିଙ୍କ ସମେତ ବରିଷ୍ଠ ସଦସ୍ୟ ବଂଶୀଧର ପାଲବାବୁ, କୁମାର ରଞ୍ଜନ ପଣ୍ଡା, ପ୍ରଦୀପ ମିସ୍ତ୍ରୀ, ପ୍ରଦୀପ ବେହେରା, ଫୁଟବଲ କୋଚ ଅବନୀ ମୋହନ ମହାନ୍ତି, ବିଶ୍ୱଜିତ ନାୟକ, ବନବିହାରୀ ମତ୍ତଗଜ, ସୋନୁ ରାମ, କପିଲ ଖଣ୍ଡେଲୱାଲ, ମହେନ୍ଦ୍ର ପଲେଇ, ହରିହର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ I
Shrutilipi ad