IMG 20260310 WA0281

ଗର୍ଭାଶୟ କ୍ୟାନ୍ସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ 

ରାଜ୍ୟ
  • ସାଇକେଲ ଯାତ୍ରା କରି ସଚେତନତା ବାର୍ତ୍ତା ଦେଉଛନ୍ତି ସମୀରା ଖାନ 
ବାରିପଦା: ଗର୍ଭାଶୟ କ୍ୟାନ୍ସର ସମ୍ପର୍କରେ ସଚେତନତାର ବାର୍ତ୍ତା ସାଇକଲିଂ ଯାତ୍ରା କରି ପ୍ରଚାର କରୁଛନ୍ତି ସମୀରା ଖାନ୍ । ଏଥିପାଇଁ ଆନ୍ଧ୍ରପ୍ରଦେଶରୁ ସାଇକଲିଂ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟ ଅତିକ୍ରମ କରି ଆଜି ବାରିପଦାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ସମ୍ମୁଖରେ ଏ ସମ୍ପର୍କିତ ବୈଠକରେ ଯୋଗଦାନ କରିଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୀରା ଖାନ୍ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏଭଳି ପ୍ରଚାର ଯାତ୍ରା ଜିଲ୍ଲାରେ ତଥା ବିଶେଷ ଭାବରେ ଗ୍ରାମାଞ୍ଚଳରେ ଗର୍ଭାଶୟ କ୍ୟାନ୍ସର ବିଷୟରେ ସଚେତନତା ବଢ଼ାଇବାରେ ସହାୟକ ହେବ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ପାଇଁ ପ୍ରେରିତ କରିବ ବୋଲି ନିଜ ଅଭିଭାଷଣରେ ମତପ୍ରକାଶ କରିଛନ୍ତି । ସେହିପରି ଏଡିପିଏଚଓ (ଭିବିଡି) ଡ଼ ବିଜୟ କୁମାର ଦାସ ସଠିକ୍ ସମୟରେ ସ୍କ୍ରିନିଂ ଓ ସଚେତନତା ମାଧ୍ୟମରେ ଗର୍ଭାଶୟ କ୍ୟାନ୍ସରକୁ ପ୍ରତିରୋଧ କରିବା ସମ୍ଭବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ବର୍ତ୍ତମାନ ୧୪ ବର୍ଷରୁ କମ୍ ସମସ୍ତ ବାଳିକାମାନଙ୍କ ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାଗଣାରେ ଉପଲବ୍ଧ ହେଉଥିବା ସମ୍ପର୍କରେ ସୂଚାଇଥିଲେ । ସମୀରା ଖାନଙ୍କ ଏହି ସାଇକଲିଂ ଯାତ୍ରା ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ଗର୍ଭାଶୟ କ୍ୟାନ୍ସର ବିରୋଧରେ ସଚେତନତା ବୃଦ୍ଧି ପାଇଁ ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
 ଏହି ଅବସରରେ ଏଡିପିଏଚଓ (ଏଫ୍‌ଡବ୍ଲ୍ୟୁ) ଡ଼ ସୁନାନ୍ଦା ମିଶ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, , ଓ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ ଶୁଭାଶିଷ ନାୟକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Shrutilipi ad