IMG 20260308 WA0207

ଜଳ ଅର୍ପଣ ଦିବସ ପାଳିତ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର   ରାଇରଙ୍ଗପୁର ଜଳ ଓ ପରିମଳ ଖଣ୍ଡ ପକ୍ଷରୁ ରାଇରଙ୍ଗପୁର ବ୍ଲକ୍ ର ସାନପଖନା ଗ୍ରାମ ପଞ୍ଚାୟତର ନିରଞ୍ଜନ ଠାରେ ଜଳ ସଂରକ୍ଷଣ ଓ ସମୁଦାୟ ସଙ୍କଳ୍ପ କାର୍ଯକ୍ରମ ପରିପ୍ରେକ୍ଷୀରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସଦସ୍ୟ ନବଚରଣ ମାଝୀ ଯୋଗ ଦେଇ ନିରଞ୍ଜନ ମେଗା ଓ . ଏଚ୍ . ଟି. କୁ ଲୋକାର୍ପଣ କରି ହର ଘର ଜଳ ସମୁଦାୟରେ ଜଳ ସଂରକ୍ଷଣ ଓ ଜଳର ସୁସଂରକ୍ଷିତ ବ୍ଯବହାର ପ୍ରତି ସଚେତନତା ଏବଂ ଦାୟିତ୍ୱବୋଧ ସୃଷ୍ଟି ପାଇଁ ଆହ୍ବାନ ଦେଇଥିଲେ। ରାଇରଙ୍ଗପୁର ଜଳ ଓ ପରିମଳ ଖଣ୍ଡର ଅଧିକ୍ଷଣ ଯନ୍ତ୍ରୀ ଇଂ ଶ୍ରୀକାନ୍ତ ରାଉତ ଏଥିରେ ପୌରୋହିତ୍ୟ କରି ଗ୍ରାମୀଣ ପାନୀୟ ଜଳ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ  ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ଯୋଗଦେଇ  ଗ୍ରାମାଞ୍ଚଳର ପ୍ରତିଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳ ସଂରକ୍ଷଣ ଓ ଜଳ ଜୀବନ ମିଶନ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ  ନବୀନ ରାମ ,ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ସ୍ଥାନୀୟ ସରପଞ୍ଚ ସାଉଁନା ମାଝୀ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l   ସାଂସଦ ପ୍ରତିନିଧି ମନୋଜ ଦାସ, ପଞ୍ଚାୟତ ସମିତି ସଦସ୍ୟା ମଧୁସ୍ମିତା ବେହେରା ଓ ଏ. ବି. ଡି. ଓ. ସୁରାଇ ମାରାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯକ୍ରମକୁ ସ୍ତମ୍ଭକାର ଲଳିତ ମହାନ୍ତ ସଂଯୋଜନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଏସ୍. ଏଚ. ଜି. ର ସଦସ୍ୟା ଜଳ ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ବ୍ୟାନର,ପ୍ଲାକାର୍ଡ ଧରି ପ୍ରଭାତ ଫେରି (ସଚେତନତା ପଦଯାତ୍ରା) ରେ ଗ୍ରାମବାସୀଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ପି. ଆର୍. ଆଇ. ପ୍ରତିନିଧି ମାନଙ୍କୁ ସମ୍ମାନପତ୍ର ଓ ଜଳ ଜୀବନ ମିଶନ ସହଯୋଗୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା। ଜଳ ସଂପଦ ସୁରକ୍ଷା ପାଇଁ ସାମୂହିକ ପ୍ରାର୍ଥନା ଜଳ ବନ୍ଦନା କରାଯାଇଥିଲା। ସେହିପରି  ଜଳ ସଂରକ୍ଷଣ ନିମନ୍ତେ ସାଂସଦ ଶ୍ରୀ ମାଝୀ ସାମୁହିକ ଶପଥ ପାଠ କରାଇଥିଲେ। ଏହି ଅବସରରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ସୁରଥ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ଏଥିରେ ତିମିର ରଞ୍ଜନ ପଣ୍ଡା, ଭକ୍ତବନ୍ଧୁ ବାରିକ, ଉର୍ମିଳା ପାଣି ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅଭିମନ୍ୟୁ ଜେନା, ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ ବରାଳ, କନିଷ୍ଠ ଯନ୍ତ୍ରୀ ଇଂ ଦେବଦତ୍ତ ଦାଶ, ଇଂ ବସନ୍ତ କୁମାର ସିଂ, ଇଂ ଶିବୁ ବୁଦୁଲା, ଇଂ ଅନୀଲ କୁମାର ନାଏକ, ଇଂ ରତିକାନ୍ତ ବାଲମୁଚ ଓ କାର୍ଯ୍ୟାଳୟ ସହକାରୀ ଅରୁଣ କୁମାର ରଣା ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଅଧିକ୍ଷଣ ଯନ୍ତ୍ରୀ ଇଂ ଶ୍ରୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
Shrutilipi ad