ଶୁଆ ତସ୍କରକୁ ମାଡ଼ି ବସିଲା ରାଇରଙ୍ଗପୁର ବନ ବିଭାଗ, ୧୦୮ ଶାବକ ଉଦ୍ଧାର 

ରାଜ୍ୟ
ବାରିପଦା : ରାଇରଙ୍ଗପୁର ବନ ବିଭାଗ ତରଫରୁ ଗୋରୁମହିଷାଣୀ ରେ ଜଣେ ଶୁଆ ତସ୍କରକୁ ଘର ଭିତରେ  ମାଡ଼ି ବସିବା ସହ ୧୦୮ ଗୋଟି ଶୁଆ ଶାବକ କୁ  ଉଦ୍ଧାର କରାଯାଇଅଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ବନ ବିଭାଗ   କୌଣସି ସୂତ୍ରରୁ ଖବର ପାଇଲେ ଯେ ଗୋରୁମହିଷାଣୀ ଅଞ୍ଚଳରେ ଜନୈକ ଯୁବକ ଘରେ ଗୁଡ଼ାଏ ଶାବକ ରଖି ଭୂବନେଶ୍ଵର ଏବଂ ପଡୋଶୀ ଝାଡଖଣ୍ଡକୁ ଚାଲାଣ କରିବା ପାଇଁ ବ୍ୟବସ୍ଥା କରୁଛି ।ରାଇରଙ୍ଗପୁର  ବନଖଣ୍ଡ ଅଧିକାରୀ ସୁବ୍ରତ ପାତ୍ରଙ୍କ ନିଦେଶକ୍ରମେ ରାଇରଙ୍ଗପୁର ବନ୍ୟାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି ଏବଂ ତାଙ୍କ ଟିମ୍ ଅତର୍କିତ ଭାବେ ଗୋରୁମହିଷାଣୀ ରେ ପକ୍ଷୀ ତସ୍କରଙ୍କ ଘରେ ଚଢ଼ାଉ କରି  ୧୦୮ ଟି କୁନିକୁନି ଶୁଆ ଶାବକ ମାନଙ୍କୁ ଏବଂ ସେମାନଙ୍କ ଖାଦ୍ଯ ଉଦ୍ଧାର କରିବା ସହ ଆସାମୀ କୁ ଗିରଫ କରିଛନ୍ତି ।ତଦ ସହ ଏକ ବନ୍ୟ ଜନ୍ତୁ ପ୍ରାଣୀ ଆକ୍କ ୧୪୦//୨୦୨୫-୨୬ କେଶ ମାମଲା ରୁଜୁ ହୋଇଛି । ଆସାମୀ ଜଣକ ହେଲା  ଗୋରୁମହିଷାଣୀ ଗ୍ରାମର ସେକ୍ ହନିଫଙ୍କ ପୁଅ ସେକ୍ ଜାକିର ହୁସେନ(୩୮)  ।ଆସାମୀ ଜାକିର ହୁସେନ  ଗୋରୁମହିଷାଣୀ, ଚଢେଇପାହାଡି, ସରଗଡା ସମେତ ବିଭିନ୍ନ ଅଞ୍ଚଳକୁ ଯାଇ ଶୁଆ ଶାବକ ଧରି ଭୁବନେଶ୍ବର ଏବଂ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟକୁ  ଚାଲାଣ କରି  ଶୁଆ ଗୁଡ଼ିକୁ ୧୫୦୦ ଟଙ୍କାରେ ବାହାର ରାଜ୍ୟରେ ବିକ୍ରି କରି ମୋଟା ଅଙ୍କର ଦୁଇ ପଇସା ଲାଭ କରେ ବୋଲି ପ୍ରକାଶ କରିଅଛି  । ବନ ବିଭାଗ ପକ୍ଷରୁ  ଉଦ୍ଧାର ଶୁଆ ଶାବକ ଗୁଡିକୁ ନନ୍ଦନକାନନରେ ଛଡାଯିବ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟକି ପୂର୍ବରୁ  ମଧ୍ୟ ଜାକିର ର  ସାନଭାଇ ୫୦ ରୁ ଉର୍ଦ୍ଧ୍ବ ଶୁଆ ଶାବକଙ୍କୁ  ଧରି ବନ ବିଭାଗ ଦ୍ୱାରା ଗିରଫ ହୋଇଥିଲା ।