ବାରିପଦା : ନବଜାତ ଶିଶୁକନ୍ୟା କୁ ନଟାବୁଦା ରୁ ଉଦ୍ଧାର କଲେ ଆଶାକର୍ମୀ l ଏହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମରେ l ଆଜି ସକାଳୁ ଉକ୍ତ ଗ୍ରାମର ଆଶାକର୍ମୀ ସାବିତ୍ରୀମଣି ଜେନା ଙ୍କ ଝିଆରୀ ଘର ପଛପଟ କୁ ଯାଇଥିବା ସମୟରେ ନଟା ବୁଦା ଭିତରୁ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ l ଏ କଥା ଆସି ଘରେ କହିବାରୁ ସାବିତ୍ରୀ ସେଠାକୁ ଯାଇ ଦେଖିଲେ ଏକ ନବଜାତ ଶିଶୁ କନ୍ୟା ପଡିରହିଛି l ତାକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ କିସାନତାଣ୍ଡି ଡାକ୍ତରଖାନା କୁ ଆଣିଥିଲେ l ଶିଶୁକନ୍ୟା ର ଦେହରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଅଛି l ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବାର ଜଣା ପଡିଅଛି l ଶିଶୁଟିକୁ ଜିଲ୍ଲା ଶିଶୁ ବିକାଶ କେନ୍ଦ୍ର କୁ ହସ୍ତାନ୍ତର କରାଯାଇଅଛି l ତେବେ ଏହିଭଳି ଘୁଣ୍ୟ କାର୍ଯ୍ୟ କିଏ କରିଅଛି ତାହା ଜଣାପଡିନାହିଁ l

