ବାରିପଦା : ଓଡ଼ିଶାର ପ୍ରତ୍ନତତ୍ତ୍ୱ ଗବେଷଣାର ଜନକ ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଐତିହାସିକ ପଦ୍ମଶ୍ରୀ ଡ଼ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ପୁଣ୍ୟାତିଥି ଅବସରରେ ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀଙ୍କ ଆହ୍ୱାନ କ୍ରମେ ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମରେ ଆମେ ମୟୂରଭଞ୍ଜିଆ ପକ୍ଷରୁ ଛଉ ପଡିଆ ନିକଟସ୍ଥ ସଂସ୍କୃତି ଭଵନ ପରିସରରେ ଥିବା ପ୍ରତିମୂର୍ତ୍ତି ସ୍ଥଳ ସଫେଇ ଓ ଧୁଆ ଧୋଇ ପରେ ସାମୁହିକ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l ପରେ ପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ତଥା ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଅଭିଯାନର ସଭାପତି ଦୁର୍ଗାପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡ଼ ଶ୍ୟାମ ସୁନ୍ଦର ଦାସ, ସମ୍ମାନିତ ଅତିଥି ଭାବେ ସୁଲେଖିକା ଡ଼ ପୁଷ୍ପା ପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଜ୍ଞା ପୁରୁଷ ଡ଼ ପାଣିଗ୍ରାହୀଙ୍କ କୃତୀ ଓ କୃତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l ଏଥି ସହିତ ତାଙ୍କ ଅମଳିନ ପ୍ରତିଭାର ସ୍ମୃତି ଚାରଣ କଲାବେଳେ ସେ କିଭଳି ଗ୍ରାମ୍ୟ ପରିବେଶ ଭିତରେ ବଢ଼ି ନୀତି ନୈତିକତା ଓ ଆଦର୍ଶକୁ ପୁଞ୍ଜି କରି ଜଣେ ବିଚକ୍ଷଣ ତଥା ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଥିଲେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l
ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡ଼ ଗଣେଶ୍ୱର ଭୋଇ, ବିବେକାନନ୍ଦ ପଟ୍ଟନାୟକ, କମଳ ଲୋଚନ ମହାକୁଡ଼, ନରୋତ୍ତମ ପାଣିଗ୍ରାହୀ, ଡ଼ ରାଜେଶ ଷଡ଼ଙ୍ଗୀ, ଇଂ ସୁନୀଲ ପ୍ରଧାନ, ସାଇପ୍ରକାଶ ମହାନ୍ତି, ସତ୍ୟାନନ୍ଦ ସେଜପଡା, ନିରୋଜ ପଣ୍ଡା, ଅଶୋକ ମଣ୍ଡଳ, ଫରେନ ନାରାୟଣ ଧଡ଼ା, ଅଭିଷେକ ଯାଦଭ, ପ୍ରଦୀପ ଦାସ, ସୁଧାମୟୀ ଦାସ, ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଆଡ଼ଭୋକେଟ ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
