IMG 20260223 WA0244

ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନ

ରାଜ୍ୟ
ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନର ୧ମ ମ୍ୟାଚରେ ମୟୁରଭଞ୍ଜ ରୟାଲସ ୬ ଉଇକେଟରେ ବଜରଙ୍ଗୀ ଦଳକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବଜରଙ୍ଗୀ ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୫୦  ରନ କରିଥିବା ବେଳେ ମୟୁରଭଞ୍ଜ ରୟାଲସ ୧୦. ୧ ଓଭରରେ ୪ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ I ବଜରଙ୍ଗୀ ଦଳର ତାକମିଲ ଆଲାମ ସର୍ବାଧିକ ୫୭ ରନ କରିଥିବା ବେଳେ ମୟୁରଭଞ୍ଜ ରୟାଲସ ଦଳର ପ୍ରକାଶ କୁମାର ବାରିକ ସର୍ବାଧିକ ୭୬ କରିଥିଲେ I ୨ୟ ମ୍ୟାଚରେ ଭାମ୍ପାୟାର ମାରୁତି ସ୍ପୋର୍ଟସ ୧୪ ରନରେ ଏଞ୍ଜେଲ ରଣା କୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଭାମ୍ପାୟାର ଦଳ ୧୨ ଓଭରରେ ୭ ଉଇକେଟ ହରାଇ ୧୪୮ ରନ କରିଥିବା ବେଳେ ଏଞ୍ଜେଲ ରଣା ୧୨ ଓଭରରେ ୯ ଉଇକେଟ ହରାଇ ୧୩୪ ରନ କରିଥିଲେ I ଭାମ୍ପାୟାର ଦଳର ପ୍ରମୋଦ କୁମାର ନାୟକ ସର୍ବାଧିକ ୪୧ ରନ କରିଥିବା ବେଳେ ୟାଶ ସର୍ବାଧିକ ୫୮ ରନ କରିଥିଲେ I ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ, ସଞ୍ଜୟ ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ପୂର୍ବ ଦିନର ୩ୟ ମ୍ୟାଚରେ ଭାମ୍ପାୟାର ଦଳ ୧୩ ରନରେ ମହାକାଲକୁ ଓ ୪ର୍ଥ ମ୍ୟାଚରେ ଦାନୀ ଏକାଦଶ ୧୦ ରନରେ ମୟୁରଭଞ୍ଜ ରୟାଲସ ଦଳକୁ ପରାସ୍ତ କରିଥିଲା I ଅତିଥି ଭାବେ ଯୋଗଦେଇ ୩୪ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ବିଦୁସ୍ମିତା ଦେଓ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ମୁଖ୍ୟ ସଂଯୋଜକ ସୁଦର୍ଶନ ପାତ୍ର ଓ ସହ କୋଷାଧ୍ୟକ୍ଷ ସନ୍ଦୀପ୍ତ ମୌଳିକ ଉପସ୍ଥିତ ଥିଲେ I
Shrutilipi ad