ରାଜ୍ୟସ୍ତରୀୟ କଳାହାଣ୍ଡି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଘୋଷିତ 

ରାଜ୍ୟ
ବାରିପଦା: ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜର ୨୦ ଜଣିଆ ଦଳ ଘୋଷଣା କରାଯାଇଅଛି I ଦଳରେ ଅଧିନାୟକ ଅଭିଜ୍ଞାନ ମହାନ୍ତି, ଉପ ଅଧିନାୟକ ଦିବ୍ୟ ରଞ୍ଜନ ଦାସଙ୍କ ସମେତ ଶୁଭମ ନାଏକ, ସୌମ୍ୟ ରଞ୍ଜନ ମହାନ୍ତ, ମନୁ ରାମ, ରୋହନ ସାହୁ, ପ୍ରୀତପାଲ ସିଂହ, ମେରୀ ଲୋକନାଥ, ପ୍ରିତମ ପଣ୍ଡା, ଅଭିଜିତ ଘଣା, ପୁରବ ନନ୍ଦ, ଜୟ କୁମାର, ମୋହିତ କନକ୍ରିୟା, ସୁବ୍ରତ କୁମାର ସିଂ, ଶ୍ରୀମନ୍ତ ସାହୁ, ଆୟୁଷ ଗିରି, ଭୈସ୍ନୟ ବିନାୟକ ଦାସ, ଅବିନାଶ ଖଣ୍ଡେଲୱାଲ, ଶୁଭ୍ରରଞ୍ଜନ ପତି ଓ ଏମ ବାଲକ୍ରିଷ୍ଣନ ସାମିଲ ଅଛନ୍ତି ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I ପୂର୍ବତନ କ୍ରିକେଟ ଖେଳାଳି ପ୍ରଭାସ ଚନ୍ଦ୍ର ଘଡେଇ, ସୋମନାଥ ସିଂହ ଓ ସୁଶାନ୍ତ ମହାନ୍ତି ଦଳ ଚୟନରେ ସହଯୋଗ କରିଥିଲେ I ଦଳ ସହିତ ମ୍ୟାନେଜର ସୁଶାନ୍ତ ମହାନ୍ତି ଓ କୋଚ ସାଇବା ସିଂହ ଗସ୍ତ କରିବେ ବୋଲି ଅନ୍ୟତମ କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ପ୍ରକାଶ କରିଛନ୍ତି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧ୍ୟକ୍ଷ ଅମିତାଭ ଦାସ ଓ ସମସ୍ତ କାଉନସିଲ ସଦସ୍ୟ ଦଳର ସଫଳତା କାମନା କରିଛନ୍ତି I ୨୫ ତାରିଖ ଦିନ ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ ଅନୁଗୁଳ ସହ ଖେଳିବ I