ମୟୂରଭଞ୍ଜର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖି ବିକାଶର ନକ୍ସା ପ୍ରସ୍ତୁତ ହେଉ
ବାରିପଦା : ବନ୍ଦେ ବରପୁତ୍ରମ୍ କାର୍ଯ୍ୟକ୍ରମରେ ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ମୟୂରଭଞ୍ଜ ମହାରାଜା ତଥା ଉତ୍କଳ ସମ୍ମିଳନୀର ପ୍ରଥମ ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ପବିତ୍ର ଶ୍ରାଦ୍ଧତ୍ସବ ପାଳିତ ହୋଇ ଯାଇଛି | ସଂଗଠନର କର୍ମକର୍ତ୍ତାମାନେ ପ୍ରଥମେ ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସ୍ଥଳ ସଫେଇ ଓ ଧୁଆଧୋଇ କରିଥିଲେ |
ଉକ୍ତ କାର୍ଯ୍ୟକ୍ରମରେ ଏମ ପି ସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ବନଜା ମହାନ୍ତି ମୁଖ୍ୟ ଅତିଥି ଓ ଆଡ଼ଭୋକେଟ ସୁଜାତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ | ପରେ ପରେ ସାମୁହିକ ଭାବେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତି ଚାରଣ କରାଯାଇଥିଲା | ସନଗଠନର ମୁଖ୍ୟ ତଥା ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରାଦ୍ଧତ୍ସବ ଅବସରରେ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଅମଳିନ ବ୍ୟକ୍ତିତ୍ୱ ତାଙ୍କର କୃତୀ ଓ କୀର୍ତ୍ତି ତଥା ନୀତି ଆଦର୍ଶ ସମ୍ପର୍କରେ ଆଲୋକପାତ କରାଯିବା ସହିତ ନୂଆ ଓଡିଶା ଗଠନରେ ତାଙ୍କର ଦାନ ଏବଂ ମୟୂରଭଞ୍ଜକୁ ବିକଶିତ ଗଡ଼ଜାତ ରାଜ୍ୟରେ ପରିଣତ କରିବାରେ ତାଙ୍କର ବିଶେଷ ଭୂମିକା ସମ୍ପର୍କରେ ଆଲୋଚନା କରା ଯାଇଥିଲା |ଏହି ଅବସରରେ ମୟୂରଭଞ୍ଜର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖି ଏହାର ବିକାଶର ନକ୍ସା ପ୍ରସ୍ତୁତି ପାଇଁ ମତ ପ୍ରକାଶ ପାଇଥିଲା |
ଏହି ପୂଣ୍ୟ ତିଥିରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ସମାଜସେବୀ ଡ଼ ଆଦିତ୍ୟ ପଣ୍ଡା, ଅଶୋକ ମଣ୍ଡଳ, ସରୋଜ ବୋଷ, ଚନ୍ଦନ ଶେଜପଡା, ସାମ୍ବାଦିକ ସୁକାନ୍ତ କୁମାର ଜୀଉ ଶିକ୍ଷାବିତ କମଳଲୋଚନ ମହାକୁଡ଼, ଜୟନ୍ତ ପାଣିଗ୍ରାହୀ, ପ୍ରଦୀପ କର, ବିନୋଦ ଦାସ,ସିନିୟର ଫର୍ମାସୀ ଅଫିସର ମନୋଜ ଦାଶ, ଜେ ଏମ ଏମ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ, ଅଭିଷେକ ଦଣ୍ଡପାଟ, କାନନମୟୀ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ହୋଇ ଦିବଙ୍ଗତ ମହାରାଜା ଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ସର୍ବ ଶେଷରେ ଆକାଶବାଣୀର ସତ୍ୟାନନ୍ଦ ଶେଜପଡା ଧନ୍ୟବାଦ ଅର୍ପଣ କରିଥିଲେ |

