ବାରିପଦା (୨୨/୦୨) : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଛଉ ପଡିଆ ନିକଟସ୍ଥ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ ଶ୍ରୀମାଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳ୍ପନା ଷଡ଼ଙ୍ଗୀ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ବନ୍ଦେ ମାତରମ ଗାନ ଓ ମାର୍ଚ୍ଚପାଷ୍ଟ ପରେ ସମାଧିପୀଠରେ ସମବେତ ଧ୍ୟାନ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଜିଲ୍ଲାର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମୂହର ବିଜ୍ଞାନ ପ୍ରଦର୍ଶନୀ, ହସ୍ତକଳା, ସାହିତ୍ୟ ଓ କଳା ପରିଷଦର କର୍ମଶାଳା ଅନୁଷ୍ଠିତ ହୋଇଥିଲା |
ବିଜ୍ଞାନ ପ୍ରଦର୍ଶନୀରେ ବାରିପଦା ଶିକ୍ଷାକେନ୍ଦ୍ରର ୮ମ ଶ୍ରେଣୀ ଛାତ୍ରୀ ରଶ୍ମିରେଖା ଗିରି ୧ମ ଓ ଛାତ୍ର ପ୍ରତୀକ କୁମାର ସାହୁ ୨ୟ ଏବଂ କୁଳିଅଣା କେନ୍ଦ୍ରର ୭ମ ଶ୍ରେଣୀ ଛାତ୍ର ଚିରଞ୍ଜିବି ବେହେରା ୩ୟ ସ୍ଥାନ ଅଧିକାର କରିଥିଲେ I ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ କବିତାରାଣୀ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମ୍ପାଦକ ତଥା ବଡ଼ସାହି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରବୋଧ କୁମାର ମହାପାତ୍ର, ସଦସ୍ୟ କଲ୍ୟାଣ କୁମାର ସିହ୍ନା, ଜିଲ୍ଲା ପାଠଚକ୍ର ସଂଯୋଜକ ଗଣେଶ ପ୍ରସାଦ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ |

