0000000

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିନ

ରାଜ୍ୟ
ବାରିପଦା (୨୧/୦୨) :  ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିନର ୧ମ ମ୍ୟାଚରେ ପ୍ଲେ ବେକ ଚାଲେଞ୍ଜର ୮୧ ରନରେ ବଜରଙ୍ଗୀ ଦି ସାଭିୟାରକୁ ପରାସ୍ତ କରିଥିଲା ।
ପ୍ରଥମେ ବ୍ୟାଟିଂ କରି ପ୍ଲେ ବେକ ୧୨ ଓଭରରେ ୮ ଉଇକେଟ ହରାଇ ୧୬୦ ରନ କରିଥିବା ବେଳେ ବଜରଙ୍ଗୀ ଦଳ ୧୦. ୩ ଓଭରରେ ସମସ୍ତ ଉଇକେଟ ହରାଇ ୭୯ ରନ ସଂଗ୍ରହ କରିପାରିଥିଲେ । ପ୍ଲେ ବେକ ଦଳର ଅଞ୍ଜନ କୁମାର ତମରେକର ସର୍ବାଧିକ ୪୩ ରନ କରିବା ସହ ୪ ଟି ଉଇକେଟ ଅକ୍ତିଆର କରିଥିଲେ ।
୨ୟ ମ୍ୟାଚରେ ଦାନୀ ଏକାଦଶ ୪୫ ରନରେ ଭାମ୍ପୟାର ମାରୁତି ସ୍ପୋର୍ଟସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଦାନୀ ଏକାଦଶ ୧୨ ଓଭରରେ ୪ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରିଥିବା ବେଳେ ଭାମ୍ପୟାର ମାରୁତି ସ୍ପୋର୍ଟସ ୧୧. ୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲେ । ଦାନୀ ଦଳର ରିତୁନ ମହାନ୍ତି ସର୍ବାଧିକ ୫୩ ରନ କରିବା ସହ ୩ଟି ଉଇକେଟ ଅକ୍ତିଆର କରିଥିଲେ ଓ ସୌମ୍ୟ ରଞ୍ଜନ ଧଳ ୪୫ ରନ କରିଥିଲେ । ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ, ସଞ୍ଜୟ ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ । ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ ।
ପୂର୍ବ ଦିନର ୩ୟ ମ୍ୟାଚରେ ମହାକାଲ ୩୨ ରନରେ ଜଗନ୍ନାଥ ୱରିୟାରକୁ ଓ ୪ର୍ଥ ମ୍ୟାଚରେ ପ୍ଲେ ବେକ ଚାଲେଞ୍ଜର ୮ ଉଇକେଟରେ ରୁଦ୍ରାକ୍ଷ ଦଳକୁ ପରାସ୍ତ କରିଥିଲା । ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଉଦ୍ୟୋଗପତି ଦେବାଶିଷ ଦଳବେହେରା ଓ କଲ୍ୟାଣ ଦତ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ଉପ ସଭାପତି ରମାକାନ୍ତ ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଓ ଗୌତମ ଦାସ ଉପସ୍ଥିତ ଥିଲେ  ।
Shrutilipi ad