1

ହଟ୍ଟଗୋଳ ପରେ ଗୃହ ମୁଲତବୀ: ହରଦୀପ ପୁରୀଙ୍କ ନାଁରେ ସ୍ଲୋଗାନ

ଦେଶ - ବିଦେଶ

ନୂଆଦିଲ୍ଲୀ: ଶୁକ୍ରବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଆଜି ବି ଗୃହରେ ହଟ୍ଟଗୋଳ ଯୋଗୁଁ ଲୋକସଭାରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଥିଲା। ପାଞ୍ଚ ମିନିଟ୍ ଅଧିବେଶନ ସମୟରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିବା ସହ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ସ୍ଲୋଗାନ ଦେଇଥିଲେ। ଏହା ପରେ, ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଲୋକସଭାକୁ ମଧ୍ୟାହ୍ନ ୧୨ ଟା ପର‌୍ୟ୍ୟନ୍ତ ମୁଲତବୀ ରଖିଥିଲେ।

ସଂସଦର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର କାର‌୍ୟ୍ୟକ୍ରମ ରହିଛି। ୨୩ ଦିନର ବିରତି ପରେ, ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୯ ରୁ ଆରମ୍ଭ ହୋଇ ଏପ୍ରିଲ ୨ ପର‌୍ୟ୍ୟନ୍ତ ଚାଲିବ।
ଏହି ସମୟରେ, ବିଜେପି ସାଂସଦ ନିଶିକାନ୍ତ ଦୁବେ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଉପରେ କ୍ଷମତା ହାସଲ ପାଇଁ ଦେଶକୁ ବିଭାଜିତ କରିବାର ଯୋଜନା କରୁଥିବା ଅଭିଯୋଗ କରିଛନ୍ତି।

Shrutilipi ad