IMG 20260212 WA0226

ଲୋକକଳା ଓ ପ୍ରାଚୀନ ସାହିତ୍ୟକୁ ବଞ୍ଚାଇ ରଖିବ ମେଘାସନୀ ମହୋତ୍ସବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ରାଜ୍ୟ
ବାରିପଦା: “ମେଘାସନୀ ମହୋତ୍ସବ-୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା ଆଜି ଉଦଯାପିତ ହୋଇଯାଇଅଛି । ଆଜିକାର ଏହି ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଏଠାକୁ  ଆସିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହିତ ମେଳାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ହାତ ନିର୍ମାଣ ସାମଗ୍ରୀକୁ  ମନ୍ତ୍ରୀ ଶ୍ରୀ ମହାପାତ୍ର ଉଚ୍ଚ ପ୍ରଶଂସା କରିଥିଲେ ।  ଏଇ ଅବସରରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୟୂରଭଞ୍ଜ ଏକ କଳା, ସଂସ୍କୃତିର ସଂପନ୍ନ ଜିଲ୍ଲା ।‌ ଲୋକକଳା ଓ ପ୍ରାଚୀନ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଏହି ମେଳା ସମର୍ପିତ l ଆଜିର ଏହି ମେଳା ସଭିଙ୍କୁ ଏକାଠି କରିବାରେ ସହାୟକ ହୋଇଛି । ମୟୁରଭଞ୍ଜର କଳା, ସଂସ୍କୃତିକୁ ସୁଦୁର ପ୍ରସାରୀ କରିବାରେ ଏହି ମେଳା ସହାୟକ ହୋଇଛି । ଗ୍ରାମୀଣ ଅର୍ଥନୀତିର ବିକାଶର ସହ ଆତ୍ମନିର୍ଭର ସ୍ୱପ୍ନ ଏହାଦ୍ୱାରା ପୂରଣ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ସୁଶ୍ରୀ ସଞ୍ଜଳି ମୁର୍ମୁ ଯୋଗ ଦେଇ ମାଆ ମହିଳାମାନଙ୍କ  ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ଉଚ୍ଚ ପ୍ରଶଂସା କରି ପରିବାର ପ୍ରତିପୋଷଣ ପାଇଁ ସେମାନେ ଆଗକୁ ଉଦାହରଣ ସୃଷ୍ଟି କରିବେ ବୋଲି କହିଛନ୍ତି । ଆଜିର ସଂଧ୍ୟାରେ କଳା, ସଂଗୀତ ଓ ସଂସ୍କୃତିର ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଛି । ଆଜିର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାରେ ପ୍ରମୁଖ ଭୂମିକାରେ ଉପଜିଲ୍ଲାପାଳ ବାରିପଦା ଡଃ ଦୟାସିନ୍ଧୁ ପରିଡ଼ା ରହି ନିଆରା ସଂଳାପରେ ମଞ୍ଚ ସଞ୍ଚାଳନ କରିଥିଲେ ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲାପାଳ  ଶ୍ରୀ ହେମକାନ୍ତ ସୟ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପାଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ଜିଲ୍ଲା ପରିଷଦ) ଶ୍ରୀ ଧର୍ମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ଶ୍ରେଷ୍ଠ ପ୍ରଦର୍ଶନ ଷ୍ଟଲ ମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ।
Shrutilipi ad