ବାରିପଦା : ସ୍ଥାନୀୟ ଶହିଦ୍ ସ୍ମୃତି ଭବନଠାରେ କିଡ୍ସ ମସ୍ତି ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି I ଅନୁଷ୍ଠାନର ନିର୍ଦ୍ଦେଶକ ହରିପ୍ରସାଦ ବାରିକ୍ ଓ ଅଧ୍ଯକ୍ଷ ରୀତା ରାଣୀଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରିନ୍ସିପାଲ ଦାମୋଦର ପତି ଓ ସମ୍ମାନିତ ଅତିଥି ଭାବେ ଶିଶୁ ବିଶେଷଜ୍ଞ ଡାକ୍ତର ସତ୍ୟରଞ୍ଜନ ବେହେରା, ଡାକ୍ତର ଚିତ୍ତରଞ୍ଜନ ଗିରି, ଶିକ୍ଷକ ରବି ବେଜ ଏବଂ ଦିଗନ୍ତ ବିକାଶର ଅଧ୍ୟକ୍ଷ ଶଶାଙ୍କ କୁମାର ଦଣ୍ଡପାଟ ପ୍ରମୁଖ ଯୋଗ ଦେଇ କୋମଳମୋତି ଶିଶୁ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ କୁନିକୁନି ଶିଶୁ ମାନଙ୍କ ପାଇଁ ଆୟୋଜିତ ଏତେ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ସ୍କୁଲର କତ୍ତୃପକ୍ଷଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ I ସଭା ପ୍ରାରମ୍ଭରେ କୁନି କୁନି ପିଲାମାନେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସ୍କୁଲର ଶିଶୁମାନେ ନୃତ୍ୟ, ଗୀତ, ଯୋଗାଭ୍ୟାସ ଓ ବିଭିନ୍ନ ଥିମ୍ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ I ଶିଶୁମାନଙ୍କର ନିର୍ମଳ ଭାବମୂର୍ତ୍ତି ଓ ଆତ୍ମବିଶ୍ୱାସ ଭରା ପ୍ରଦର୍ଶନ ସମସ୍ତ ଦର୍ଶକଙ୍କ ମନକୁ ମୋହିତ କରିଥିଲା I ଏହି ବାର୍ଷିକ ଉତ୍ସବର ମୂଳ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କର ସାର୍ବାଙ୍ଗୀନ ବିକାଶ, ଆତ୍ମବିଶ୍ୱାସ ଓ ମଞ୍ଚ ଭୟ ଦୂର କରିବା I ବିଦ୍ୟାଳୟ ପକ୍ଷରୁ ଶିଶୁମାନଙ୍କର ଶିକ୍ଷାର ଗୁରୁତ୍ୱ ବିଷୟରେ ଆଲୋକପାତ କରାଯିବା ସହିତ ସର୍ବ ଶେଷରେ ଶିକ୍ଷୟତ୍ରୀ ପ୍ରିୟଙ୍କା ସାହୁ ଅଭିଭାବକମାନଙ୍କର ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

