IMG 20260212 WA0181

ବନ୍ଦ ପ୍ରଭାବ: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ
ବାରିପଦା: ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର କର୍ପୋରେଟ ସ୍ୱାର୍ଥରେ ଦେଶର ସାର୍ବଜନୀନ ସମ୍ପତ୍ତି, ଅମୂଲ୍ୟ ପ୍ରାକୃତିକ ସମ୍ପଦ ଓ ଜମି ଟେକି ଦେଇ ଶ୍ରମିକ, କୃଷକ, କର୍ମଚାରୀ, ଚାଷୀ, ଗ୍ରାମୀଣ ଗରିବ ଓ ମଧ୍ୟବର୍ଗୀୟ ଜନସାଧାରଣଙ୍କ ଅଧିକାର ଛଡ଼ାଇ ନେଉଥିବାରୁ ଆଜି ଏହା ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମିଳିତ ମଞ୍ଚ, ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ରଦ୍ଦ କରିବା, ଏମ୍ ଏସ ପି ର ଆଇନ୍ ଗତ ଗ୍ୟାରେଣ୍ଟି, ମନରେଗା ଯୋଜନାର ପୁନର୍ବାହଲ, ଦରଦାମ ବୃଦ୍ଧିକୁ ବନ୍ଦ ରଖିବା, ସ୍କିମ ଓରକର ମାନଙ୍କୁ ଓରକର ମାନ୍ୟତା, ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ ଶକ୍ତି ନୀତି- ୨୦୨୫ ପ୍ରତ୍ୟାହାର, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ, ପୁରୁଣା ପେନସନ ସ୍କିମର ପୁନଃ ପ୍ରଚଳନ, ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ପ୍ରଦାନ, ମହିଳା ଶ୍ରମିକ କର୍ମଚାରୀମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟାଦେଶ ବାତିଲ୍, ଦୈନିକ ୧୦ ଘଣ୍ଟିଆ ଶ୍ରମ ଦିବସ ରବ୍ଦ, ମହିଳା ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ସମେତ ସାଧାରଣ ମଣିଷର ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଇତ୍ୟାଦି ଜନଦାବି ଭାରତ ବନ୍ଦ ଡାକରା ସଫଳ କରିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଦେଶବ୍ୟାପୀ ସମର୍ଥନ ରହିଥିଲା। ଏହି ପରିପ୍ରେକ୍ଷୀରେ ବାରିପଦା ରେଳଷ୍ଟେସନରୁ ମିଳିତ ମଞ୍ଚ ପକ୍ଷରୁ ଏଆଇଟିୟୁସି ତଥା ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ରଙ୍କ ନେତୃତ୍ୱରେ ଶୋଭାଯାତ୍ରା ବାହାରି ବାଲେଶ୍ଵର ଗୋଲେଇ, ମୁଖ୍ୟ ବଜାର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସିଆଇଟିୟୁ ର ଜିଲ୍ଲା ସଭାପତି ସାଥୀ ରବି ଗୋସ୍ବାମୀ, ରଘୁନାଥ ପଣ୍ଡା, ଆଇଏନଟିୟୁସି ପକ୍ଷରୁ ଶାନ୍ତନୁ ପାଲ, ନିର୍ମଳ ଚନ୍ଦ୍ର ପ୍ରଧାନ, ଏଆଇୟୁଟିୟୁସି ପକ୍ଷରୁ ପିତାମ୍ବର ନାଏକ, ସୁରେଶ ନାଏକ,ଏଆଇଡିଏସ୍ ଓ ର ଫୁଲ ଚାନ୍ଦ ଲୋହାର୍, ଯତୀନ ବାନ୍ଦ୍ରା, ଘାସିରାମ ସାମାଡ, ସିପିଆଇ ପକ୍ଷରୁ ଶ୍ରୀକାନ୍ତ ସାମଲ, ଏଆଇଟିୟୁସି ପକ୍ଷରୁ କାହ୍ନୁଚରଣ ବେହେରା, ପ୍ରଫୁଲ୍ଲ ମହାନ୍ତି, ମହେଶ୍ୱର ବେହେରା, ମୟୂରଭଞ୍ଜ ପରିବହନ ଶ୍ରମିକ ସଂଘ ପକ୍ଷରୁ ମନୋରଞ୍ଜନ ପରିଡ଼ା, ଗଙ୍ଗାଧର ସାମଲ, ସୁବାସ ତ୍ରିପାଠୀ, ଅଶୋକ ଭଞ୍ଜଦେଓ, ଜୀବନ ମହାକୁଡ଼, ଅଶୋକ ବେହେରା, ବିଏସ୍ଏନ୍ଏଲ୍ ପକ୍ଷରୁ ସେକ ରିଜୁଆନ,ଇପିଏଫ ପେନସନ ସଂଘ ପକ୍ଷରୁ ମଦନ ମୋହନ ଜେନା, ଗୋପାଳ ଚନ୍ଦ୍ର ଦାସ, ମୀନତି ପାଣିଗ୍ରାହୀ, ମେନକା ଦାଶ, ସୁବାସିନୀ ଜେନା, ସଂଯୁକ୍ତା ଗିରି, ପର୍ଶୁ ମହାନ୍ତ, ଦୁଲାଲ ମହାନ୍ତ, ସାଧୁଚରଣ ବାରିକ୍, ଜଗଦୀଶ ପରିଡ଼ା, ଚମ୍ପା ପାତ୍ର,ସିଆଇଟିୟୁ ପାଚିକା ସଂଘ ପକ୍ଷରୁ କୁଞଲତା ମହାନ୍ତ, ରଞ୍ଜିତା ରାଉତ, ଆହ୍ଲାଦି ହେମ୍ବ୍ରମ୍,ଜୟମଣୀ, ଗାୟତ୍ରୀ ମହାପାତ୍ର,ସାବନା ଅଲଥନି, ସୁଲୋଚନା, ରେବତୀ ମହାନ୍ତ, ସରସ୍ୱତୀ ଓଝା,ଦୁଲି, ପ୍ରଭାତୀ, ଜୟନ୍ତୀ ମହାନ୍ତ,ରଞୁଲତା ଦାସ, ଲବଙ୍ଗ ଲତା, ମିନାକ୍ଷୀ, ଶାନ୍ତିଲତା ସିଂ, ଅଞ୍ଜଳୀ ମୁଖୀ,ସେଲମଣୀ,ସଜନୀ,ସରଜୁଲତା ବେହେରା, ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଲକି ମହାନ୍ତ,ବବିନ ମହାନ୍ତ, ରଞ୍ଜନା ନାଏକ,ବନି ସିଂ, ମାଳତୀ ସିଂ,ରୋହିଦାସ,ବାବୁଲି ମହାନ୍ତ, ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ଜିଲ୍ଲା ସଭାପତି ପୂର୍ଣିମା ପଣ୍ଡା, ମଧୁସ୍ମିତା ମହାନ୍ତ, ସେବତୀ ନାଏକ, ଆଇଏନଟିୟୁସି ରୁ ଭବାନୀ ସାହୁ, ଏଆଇଟିୟୁସି ପକ୍ଷରୁ ସରୋଜ ମହାନ୍ତ, ଅଙ୍ଗିରା ମହାନ୍ତ, ଦୀପକ,ତରୁଣ ମହାନ୍ତ, ମୁକେଶ ମହାନ୍ତ, ପ୍ରକାଶ ଘଡେ଼ଇ, ଦେବେନ୍ଦ୍ର ବେହେରା, ଶତୃଘ୍ନ ପ୍ରଧାନ, ସଦାନନ୍ଦ ପାତ୍ର,ବିଜୁ, କଂଗ୍ରେସର ବନମାଳୀ ବାରିକ୍, ଜୀବନ ବିମା ସଂଘ ପକ୍ଷରୁ ଶ୍ୟାମ ମାରାଣ୍ଡି, ଶାନ୍ତିଲତା ସିଂ, ଅଶ୍ରୁ ପକ୍ଷରୁ ଦେବକାନ୍ତ ମହାପାତ୍ର, ସତ୍ୟଜିତ ଦାସ, ସୁବ୍ରତ ଲେଙ୍କା, ସମେତ ଏଆଇବିଇଏ,ବେଫି,ସିଡିଆଇଏ ସଂଗଠନ ସାମିଲ ଥିଲେ। ଏଚ୍ ଏମ୍ ଏସ ପକ୍ଷରୁ ସିନ୍ଗଲତା ମାଝୀ ପ୍ରମୁଖ ପ୍ରତିନିଧିତ୍ୱ କରିଥିଲେ।ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଦେବାଶିଷ ମହାନ୍ତି ଓ ଜୀତେନ୍ଦ୍ର ମହାନ୍ତି ଧର୍ମଘଟ ସ୍ଥଳରେ ପହଞ୍ଚି ସମର୍ଥନ ଦେଇଥିଲେ।
Shrutilipi ad