IMG 20260211 WA0214

ବାରିପଦା କଳାକାର ପରିବାରର ସାଧାରଣ ପରିଷଦ ବୈଠକ

ରାଜ୍ୟ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି I ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଗାମୀ ଦିନରେ ପରିବାରର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ I ସଭ୍ୟ ଦେୟ, ଶିଶୁ ନାଟକ ମହୋତ୍ସବ, ଆଗାମୀ ଜୁନ ମାସରେ ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ମୟୁରଭଞ୍ଜର ୫ଟି ନାଟ୍ୟସଂସ୍ଥାକୁ ନେଇ ନାଟକ ମହୋତ୍ସବର ଆୟୋଜନ ଅବସରରେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପାଣ୍ଡୁଲିପି ଦାଖଲ, ୫ ଜଣିଆ ଚୟନ କମିଟି ଗଠନ, ଏପ୍ରିଲ ୧ ତାରିଖରୁ ନୂତନ ସଭ୍ୟ ଗ୍ରହଣ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ଏହି ସଭାରେ ବରିଷ୍ଠ ଅଭିନେତା ନିର୍ଦ୍ଦେଶକ ତଥା ସଦସ୍ୟ କ୍ଷୀରୋଦ ବିହାରୀ ସିଟ, ଚିନ୍ମୟ ଦାସ ପଟ୍ଟନାୟକ, ଅନ୍ନଦା ଶଙ୍କର ଦାଶ, ଡଃ ପ୍ରକାଶ ଚନ୍ଦ୍ର ଦାଶ, ଡଃ କୁମରମଣୀ ନାୟକଙ୍କ ସମେତ ପ୍ରସନ୍ନ କୁମାର ମହାନ୍ତି, ପ୍ରଦୀପ ସରଘରିଆ, ସୋମନାଥ ସିଂହ, ଜ୍ଞାନ ରଞ୍ଜନ ପଣ୍ଡା, ସମରେନ୍ଦ୍ର ବସା, ଡଃ ସତ୍ୟନାରାୟଣ ଦାସ, ଗୁହିରାମ ଜେନା, ସରୋଜ ଶତପଥି, ଜ୍ୟୋତିଶଙ୍କର ପଟ୍ଟନାୟକ, ବ୍ରିଜେନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ପ୍ରଦାନ କରିଥିଲେ I କୋଷାଧ୍ୟକ୍ଷ୍ୟ ରଣଜିତ ସାହୁ ଆୟବ୍ୟୟ ଅଟକଳ ପ୍ରଦାନ କରିଥିଲେ I ଏହି ଅବସରରେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଥିବା ବରିଷ୍ଠ ଅଭିନେତା ନିର୍ଦ୍ଦେଶକ କ୍ଷୀରୋଦ ବିହାରୀ ସିଟ ଓ ଡଃ କୁମରମଣୀ ନାୟକଙ୍କୁ ପରିବାର ତରଫରୁ ସମ୍ମାନିତ କରି ସମସ୍ତେ ଅଭିନନ୍ଦନ ଜଣାଇଥିଲେ I