IMG 20260209 WA0160

ଶ୍ରୀରାମଚନ୍ଦ୍ର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୬  ନମ୍ବର ୱାର୍ଡରେ ସ୍ଥିତ ଶ୍ରୀରାମଚନ୍ଦ୍ର ଉର୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁବାଳା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ଦୀପ୍ତି ରାଣୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ପ୍ରାକ୍ତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ସ୍ନେହଲତା ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କାନନମୟୀ ମହାନ୍ତି, ଶିଶୁ ସାହିତ୍ୟିକ ଇ. ମନୋଜ ଦଳବେହେରା, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ସନ୍ଦୀପ ଚାନ୍ଦ, ପିସିପୁର କ୍ଲଷ୍ଟରର ସିଆରସିସି ଧନଞ୍ଜୟ ସାହୁ, ଶିକ୍ଷାବିତ ସୋମନାଥ ସିଂହ ଓ ବସ୍ତି ସଭାପତି ଏସ କେ ନିଜାମ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ I ଶିକ୍ଷାର୍ଥୀ ମାନେ ଶୃଙ୍ଖଳା, ଏକାଗ୍ରତା, ପିତା ମାତାଙ୍କୁ ସମ୍ମାନ, ମୋବାଇଲ ଠାରୁ ଦୂରେଇ ବହି ପଢ଼ିବାର ଅଭ୍ୟାସ ରଖିଲେ ଜୀବନରେ ସଫଳତା ହାସଲ କରିପାରିବେ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ I ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବେ ମୀର ଫୈଜାଲୁଦ୍ଦିନ, ଆସିୟାନା ଆସ୍ଫା ଖାତୁନ, ମାହେରା ଫାତେମା, ସୂରିୟା ପରବିନ ଓ ହୁମାଇରା ପରବିନ ଙ୍କ ସମେତ ଖେଳକୁଦରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ବରିଷ୍ଠ ଶିକ୍ଷୟତ୍ରୀ ସ୍ନିଗ୍ଧା ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ନଗମା ପରବିନ ଧନ୍ୟବାଦ ଅର୍ପଣ କରିଥିଲେ I ଶେଖ ସାନୁଙ୍କ ସମେତ ଅଭିଭାବକ ଓ ଅଭିଭାବିକା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Shrutilipi ad