ବାରିପଦା : ମୟୁରଭଞ୍ଜ ମହୋତ୍ସବ କମିଟି ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ୧ମ ବାର୍ଷିକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କପ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି I ମୟୁରଭଞ୍ଜର ୨ଟି ଦଳ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୧୬ ଟି ଦଳକୁ ନେଇ ୨୦ – ୨୦ ଫର୍ମାଟରେ ଖେଳ ହେବ I ଚମ୍ପିୟାନ ଦଳକୁ ୫ ଲକ୍ଷ ଓ ରନର୍ସ ଅପ ଦଳକୁ ୩ ଲକ୍ଷ ପୁରସ୍କାର ରାଶି ଓ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ I ଏହି ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ନିମନ୍ତେ ଆଜି ଏକ ପରିଚାଳନା କମିଟି ଗଠନ କରାଯାଇଅଛି I ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ସଭାପତି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି – ସଂଜୀବ ଦ୍ଵିବେଦୀ ଓ ଗୌରୀ ଶଙ୍କର ସିହ୍ନା, ଉପସଭାପତି – ଲଲାଟେନ୍ଦୁ ବେହେରା, ଅମିୟ ବଳ, ପଙ୍କଜ ଦାସ, ସତ୍ୟରଞ୍ଜନ ସାହୁ, ସୁରେନ୍ଦ୍ର ନାୟକ, ସଞ୍ଜୟ ମହାନ୍ତି ଓ ବଳବନ୍ତ ତୁଙ୍ଗ,ସଂଯୋଜକ – ଲୋହିତ ଦାଶ, ସୁଶାନ୍ତ ଦାସ, କିଶୋର ପଲେଇ, ସୋମଦତ୍ତ ଦାସ ଓ ରାମେଶ୍ଵର ମାଝୀ, ସାଧାରଣ ସମ୍ପାଦକ – କାଶୀନାଥ ରଣା, ବିଜନ ବରାଳ, ସମ୍ପାଦକ- ରାକେଶ ସିଂ, ସରୋଜ ଶତପଥୀ, ଅମିତ ସିଂ ମୋଦକ, ପିଣ୍ଟୁ ମାଇତି, ସାମନ୍ତ ଶେଖର ପାଲ ଓ ଅମନ ମହାନ୍ତି, ସାଙ୍ଗଠନିକ ସମ୍ପାଦକ- ଅରୁଣ ବରାଡ଼, ରାକେଶ ବେହେରା, ଦେବବ୍ରତ ସାମଲ, ସୌମିକ ଦାସ କାନୁନଗୋ, ଅଂଶୁମାନ ଦାସ ଓ ପ୍ରୀତମ ପଣ୍ଡା, କୋଷାଧକ୍ଷ- ସତ୍ୟନାରାୟଣ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଉପଦେଷ୍ଟା ମଣ୍ଡଳୀ-ସୁନୀଲ ଜେନା, ପ୍ରଶାନ୍ତ ପଟ୍ଟନାୟକ, ପ୍ରଭାସ ଘଡେଇ, ସଞ୍ଜୟ ମାଇତି,ବିଶ୍ୱଜିତ୍ ମହାନ୍ତ,ସୁନୀଲ ଦାଶ, ଅକ୍ଷୟ ମହାନ୍ତ, କାର୍ଯ୍ୟନିର୍ବାହୀ ସଭ୍ୟ-ବିପ୍ଳବ ବାରିକ, ଅମର ସେଠୀ, କଳିଙ୍ଗ କେଶରୀ ଜେନା, ମନୋଜ ମହାନ୍ତ, ସତ୍ୟ ସ୍ଵରୂପ ଦାଶ, ବିପ୍ଳବ ଭଞ୍ଜନ ବୁଗୁଡେଇ,ତରୁଣ ମହାନ୍ତି, ଅମିତାଭ ସାହୁ, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଶ୍ରବଣ ମିସ୍ତ୍ରୀ,ରାଜେଶ ସାହୁ, ଏସ୍. କେ. ରାଜାଖାନ, ଜ୍ଯୋତିରଞ୍ଜନ ପୃଷ୍ଟି, ସବ୍ୟସାଚୀ ମହାପାତ୍ର, ଅଭିନାଶ କଲିଆ, ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ମନୋନୀତ ହୋଇଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି |

