ବାରିପଦା : ଆଜି ବାରିପଦା ଠାରେ ବିଶ୍ଵ ତମାଖୁ କର୍କଟ ଦିବସ ପାଳନ କରାଯାଇଛି। ଏଥିରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରି ମୁଖ, ସ୍ତନ ଓ ଜରାୟୁ କର୍କଟ ରୋଗ ସମ୍ବନ୍ଧରେ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ତମାଖୁ ର ବ୍ୟବହାର ଓ ଏହାର କୁପ୍ରଭାବ ସ୍ୱରୂପ ନିଜେ ମାରାତ୍ମକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିବା ସହିତ ନିଜ ପରିବାରବର୍ଗଙ୍କୁ କିପରି ଏକ ଦୁଃଖଦ ଅନିଶ୍ଚିତ ଭବିଷ୍ୟତ ଆଡକୁ ଟାଣି ନେଇ ଯାଇଥାନ୍ତି ସେ ବିଷୟରେ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ସଚେତନଧର୍ମୀ ବାର୍ତ୍ତା ଜରିଆରେ ଅବଗତ କରାଇଥିଲେ ।ଏହି ଅବସରରେ ବିଭିନ୍ନ ଲୋକ ମାନଙ୍କୁ ଓ ପାନ ଦୋକାନ ମାନଙ୍କରେ ତମାଖୁ ବ୍ୟବହାରର ଭୟାବହତା ଉପରେ ବୁଝା ଯାଇଥିଲା। ଏଥି ସହିତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ସଭାର ମଧ୍ୟ ଆୟୋଜନ କରଯାଇଥିଲା। ଏହି ସଭା ରେ ଡାକ୍ତର ଶାନ୍ତନୁ ଦାସ ନୋଡାଲ ଅଫିସର କର୍କଟ ବିଭାଗର ବିଭିନ୍ନ କର୍କଟ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକ ପଟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଘାସିରାମ ମୁର୍ମୁ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ମୁଖ ଗହ୍ଵର କର୍କଟ ର ଭୟାବହତା ବିଷୟରେ ଆଲୋକ ପଟ କରିଥିଲେ। ଡାକ୍ତର ଜ୍ଞଅନେନ୍ଦ୍ର ମହାନ୍ତି କିଭଳି କର୍କଟ ରୋଗ ର ସହଲ ଚିହ୍ନଟ କାରଣ ହୋଇପାରିବ ସେ ବିଷୟରେ ଆଲୋକ ପଟ କରିଥିଲେ।ଡାକ୍ତର ସୌମ୍ୟ ରଞ୍ଜନ ନାୟକ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ବିଭିନ୍ନ କର୍କଟ ରୋଗର କାରଣ ଓ ଏଥି ଲାଗି ଭେକ୍ସିନେ ନେଇ ପାରିବ ସେ ବିଷୟ ରେ ଆଲୋଚନ କରିଥିଲେ। ଏଥିରେ ସରକାରୀ ANM TC ର ଛାତ୍ର ଛାତ୍ରୀ ଓ CHO ମାନେ ଉପସ୍ଥିତ ଥିଲେ। ଉକ୍ତ ସଭାରେ କୁଳିଅଣା, ଠାକୁରମୁଣ୍ଡା ଓ ବଦମପହଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ମୁଖ, ସ୍ତନ ଓ ଜରାୟୁ କର୍କଟ ରୋଗର ଚିହ୍ନଟକରଣ ଲାଗି ପୁରସ୍କୃତ କରା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଅନୁଷୟ ମହନ୍ତ, ଭାରତୀ ଆରୁଖ, ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ଧନୁ ମୁର୍ମୁ, ଗଣେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

