IMG 20260128 WA0208

ବିଦ୍ୟାଳୟସ୍ତରୀୟ ପିଏମଶ୍ରୀ ଉତ୍ସବ ଊଦଯାପିତ

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ଅଧ୍ୟକ୍ଷା ଦେଓଲା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ ପିଏମଶ୍ରୀ ଉତ୍ସବ କାଯ୍ର୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ନବଚରଣ ମାଝୀ ଏବଂ ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବହଳଦା ଗୋଷ୍ଠି ଶିକ୍ଷାଧିକାରୀ ଶୁଭଶ୍ରୀ ସିଂ, ଡା. ମୋହନ ସିଂ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମଣ୍ଡଳ, ଓଷ୍ଟା ସଭାପତି ଦୂର୍ଯ୍ୟଧନ ବେହେରା, ଏସଏମସି ଅଧ୍ୟକ୍ଷ ବୃହଷ୍ପତି ବେହେରା ଏବଂ ବହଳଦା ବିଧାୟକ ପ୍ରତିନିଧି ବିକାଶ ଅଗ୍ରଓ୍ବାଲ ମଞ୍ଚାସୀନ ରହିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ମିତା ହାଁସଦାଃ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷକ ରଘୁନାଥ ମାଝୀ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ଧରିତ୍ରୀ ବେହେରା ମଞ୍ଚ ପରିଚାଳନା କରିଥିଲେ। କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଶିକ୍ଷା ଯୋଜନା ପିଏମଶ୍ରୀ ସ୍କୁଲ ଫର ରାଇଜିଙ୍ଗ ଇଣ୍ଡିଆ। ଏହି ଯୋଜନାର ଲକ୍ଷ୍ୟ ହେଉଛି  ଚୟନିତ ସରକାରୀ ବିଦ୍ୟାଳୟ ଗୁଡିକୁ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ (ଏନଇପି) ସହିତ ଉତ୍କର୍ଷ ବିଦ୍ୟାଳୟରେ ପରିଣତ କରି ସଶକ୍ତ କରିବା। ଏନଇପି ୨୦୨୦ ଶିକ୍ଷାନୀତି ଅନୁସାରେ ପ୍ରତ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିରାପଦ ଓ ଅନୁକୂଳ ଶିକ୍ଷା ପରିବେଶରେ ନବ ସୃଜନଶୀଳ ଏବଂ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ଏହାର ଉଦ୍ଧେଶ୍ୟ ରହିଛି ବୋଲି ସାଂସଦ ଶ୍ରୀ ମାଝୀ ଓ ବିଧାୟକ ଶ୍ରୀ ନାଏକ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଲକ୍ଷ୍ୟ ବ୍ୟବହାରିକ ଶିକ୍ଷା ଗ୍ରହଣ କରି ଛାତ୍ରଛାତ୍ରୀମାନେ ଆଗକୁ ଯାଇ ନିଜ ରୁଚି ଅନୁସାରେ ଯେପରି ସ୍ବାବଲମ୍ବି ହୋଇ ପାରିବେ। ଏହି ପିଏମଶ୍ରୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଷ୍ଟଲରେ ଜଳପାନ ଦୋକାନ ସହିତ ବିଭିନ୍ନ ପ୍ରଦର୍ଶନୀ ଲଗାଇଥିଲେ। ଛାତ୍ରଛାତ୍ରୀମାନେ ନିଜନିଜ ଷ୍ଟଲରେ ଗୁପଚୁପ୍, ଚାଟ୍, ଆଳୁଚୋପ, ଲିମନ ଟି (ଚାହା) ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ନୃତ୍ୟ, ସଂଗୀତ ଓ ନାଟକ ପ୍ରଦର୍ଶନ କରିଥିଲେ। ଝରାଡିହି ପିଏମଶ୍ରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକାଧିକ ଛାତ୍ରୀନିବାସ ରହିଥିବାବେଳେ ବାଳକ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏଠାରେ ଏକ ଛାତ୍ରନିବାସ ର ନିତାନ୍ତ ଆବଶ୍ୟକତା ରହିଥିବା ନେଇ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମଣ୍ଡଳ  ସାଂସଦ ନବଚରଣ ମାଝୀ ଏବଂ  ବିଧାୟକ ଜଲେନ ନାଏକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଦଯାପନୀ ଉତ୍ସବରେ ସ୍ବୟଂ ସହାୟିକା ଗୋଷ୍ଠି ସଭାନେତ୍ରୀ ରଶ୍ମିତା ମହାକୁଡ଼, ସାମ୍ବାଦିକ ବସନ୍ତ ସାଣ୍ଡିଲ, ଦିନେଶ ମହାନ୍ତ, ଝରାଡିହି ଫରେଷ୍ଟର ଏମଡି ମୁସଲେମ ପ୍ରୁଖଙ୍କ ସହିତ ଏସଏମସି କମିଟିର ସଦସ୍ୟ ମାନେ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଓଷ୍ଟା କାର୍ଯ୍ୟକାରୀଣୀ ସଭାପତି ପ୍ରକାଶଚନ୍ଦ୍ର ନାଏକ ଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ ପ୍ରଦାନ କରିଥିଲେ।
Shrutilipi ad