High court

ଏସଆଇ କେଳେଙ୍କାରୀ: ୨ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ରାଜ୍ୟ

କଟକ: ପୁଲିସ ଏସଆଇ ନିଯୁକ୍ତିର କେଳେଙ୍କାରୀ ମାମଲାରେ ବିଚାର କରି ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ କଡା ନିର୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା କେବେ ଆରମ୍ଭ କରାଯିବ ସେ ନେଇ ସରକାରଙ୍କୁ ପଚାରିଛନ୍ତି ନ୍ୟାୟାଳୟ। ତାହା ସହ କେଳେଙ୍କାରୀ ହୋଇଥିବା ସମସ୍ତ ତଥ୍ୟ ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବା ନେଇ ଅଦାଲତ ନିର୍ଦେଶ ଦେଇଛନ୍ତି।  ପୁଲିସ ଏସଆଇ ନିଯୁକ୍ତି ନେଇ ଓଡ଼ିଶା ଯୁନିଫର୍ମ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସସ କମିଶନ ୨୦୨୫ ଗଠିତ କରାଯାଇଛି। କିଛିଦିନ ପୂର୍ବେ  ପୁଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ କୋର୍ଟରେ ଶୁଣାଣି ହୋଇଥିଲା । ମାମଲାରେ ମୋଟ୍‌ ୯ଜଣଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ଆସନ୍ତା ଫେବୃଆରୀ ୧୬ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ଅନ୍ତରୀଣ ଆବେଦନ ମାମଲାର ମଧ୍ୟ ଶୁଣାଣି କରାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମୁନା ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

Shrutilipi ad