IMG 20260125 WA0173

ଜିଲ୍ଲା ପ୍ରଶାସନ ପକ୍ଷରୁ  ୧୬ ତମ ଜାତୀୟ ମତଦାତା ଦିବସ ପାଳିତ 

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୬ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୯ ଘଟିକା ସମୟରେ କଲେକ୍ଟୋରେଟ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା ।  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଶ୍ରୀ ଇଶ୍ୱର ଚନ୍ଦ୍ର ନାୟକ, ବାରିପଦା ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରାଲିକୁ ଶୁଭାରମ୍ଭ କରିଥିବା ବେଳେ ବହୁ ସଂଖ୍ୟକ ଏନ.ଏସ.ଏସ., ରେଡ କ୍ରସ, ସିଭିଲିଆନ ଦଳର ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ରାଲିରେ ଯୋଗ ଦେଇଥିଲେ ।
              ଉକ୍ତ ରାଲିରେ ଭୋଟର ସଚେତନତା ବାର୍ତ୍ତା ତଥା ସ୍ଲୋଗାନ ଦେଇ ସହର ପରିକ୍ରମା କରି ପରବର୍ତ୍ତୀ ସମୟରେ କଲେକ୍ଟୋରେଟ ଠାରେ ଥିବା ସମ୍ମିଳନୀ କକ୍ଷ ଠାରେ ଏକତ୍ରିତ ହୋଇଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ସ୍ପର୍ଦ୍ଧା ଦ୍ୱାରା ନିଜର ଭୋଟଦାନ ସମ୍ପର୍କିତ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ସହ ମତଦାନ କରିବାକୁ ଶପଥ ନେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଆଜିର ଏହି ଦିବସ ପାଳନ କରାଯାଉଛି । ନାଗରିକଙ୍କୁ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ତତ ସହିତ ନୂତନ ଯୁବ ଭୋଟରଙ୍କୁ ଭୋଟଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହା ସହ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ ।
ଜାତୀୟ ମତଦାତା ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ମତଦାନ ସ୍ଲୋଗାନ, ବ୍ୟାଙ୍ଗ ନାଟକ, ରିଲ୍ସ୍, ବକ୍ତୃତା, ଚିତ୍ରାଙ୍କନ, କୁଇଜ୍ ଏବଂ ରଚନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳରେ ନିର୍ବାଚନ ପ୍ରସ୍ତୁତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଭାବେ, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ବିଡ଼ିଓ ବାଙ୍ଗିରିପୋଷି ଶ୍ରୀମତୀ ପରମାନନ୍ଦ ଖଣ୍ଡେଇ, ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ବିଡ଼ିଓ ବଡ଼ସାହି, ବନଜା ଦାସ, ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ବିଡ଼ିଓ ଖୁଣ୍ଟା ସତ୍ୟଜିତ ରାଉତ୍, ମୋରଡା ନିର୍ବାଚନ ମଣ୍ଡଳୀ ପାଇଁ ବିଡ଼ିଓ ଶୁଳିଆପଦା ଲକ୍ଷ୍ମୀସାଗର ମାଝୀ, ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ତହସିଲଦାର ଜିବି ନଗର ଓମ୍ ପ୍ରକାଶ ମହାନ୍ତି,  ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ସହକାରୀ ଜିଲ୍ଲାପାଳ କରଞ୍ଜିଆ ନିହାର ରଞ୍ଜନ ସେଠୀ, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ତହସିଲଦାର ଠାକୁରମୁଣ୍ଡା ସମ୍ୱିତ କର, ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଶୋଇ ବିଡ଼ିଓ ସାଗର ମୁର୍ମୁ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଡ଼ିଓ ରାଇରଙ୍ଗପୁର ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । ଏତଦବ୍ୟତୀତ ବୁଥ୍ ଲେଭେଲ୍ ଅଫିସର ଓ ବୁଥ୍ ଲେଭେଲ୍ ସୁପରଭାଇଜର୍ ଙ୍କୁ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ୱର୍ଦ୍ଧିତ କରାଯାଇଥିଲା ।
Shrutilipi ad