ବାରିପଦା : ଵାମନଘାଟୀ ଟ୍ରକ ମାଲିକ ସଂଘର ନିର୍ବାଚନ ଆଜି ରବିବାର ଦିନ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି ।ନିର୍ବାଚନ ଅଧିକାରୀ ଭାବେ ଆଡଭୋକେଟ ରାମେଶ୍ବର ଅଧିକାରୀ ନିର୍ଵାଚନ
ଦାୟିତ୍ଵ ନିଷ୍ଠାର ସହ ତୁଲାଇଥିଲେ ।ବାମନଘାଟୀ ଟ୍ରକ ମାଲିକ ସଂଘରରେ ୭୨ ଜଣ ଟ୍ରକ ମାଲିକ ନାମ ପଂଜିକୃତ କରିଥିବାବେଳେ ୬୨ ଜଣ ଟ୍ରକ ମାଲିକ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ।ସଂଘର ମୁଖ୍ୟ ୫ ଟି ପଦରେ ସର୍ବସମ୍ମତିକ୍ରମେ ମନୋନିତ ହୋଆଯାଇଛି ।ସଭାପତି ଭାବେ ବରୁଣ କୁମାର ବେହେରା, ସାଧାରଣ ସଂପାଦକ ମନୋରଞ୍ଜନ ପଟନାୟକ , ଉପସଭାପତି ରାକେଶ ଶର୍ମା, ସହ ସଂପାଦକ ବିକାଶ ରାମ, କୋଷାଧ୍ୟକ୍ଷ ସଂଜୀବ ରାମ ମନୋନୀତ ହୋଇଛନ୍ତି ।ସାଧାରଣ ସଂପାଦକ ମନୋରଞ୍ଜନ ପଟନାୟକ ଦିତୀୟ ଥର ପାଇଁ ସାଧାରଣ ସଂପାଦକ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ସଂଜୀବ ରାମ ଦିର୍ଘ ୧୫ ବର୍ଷ ହେଲା ପଦବୀ ବଜାୟ ରଖିଛନ୍ତି ।ଦିର୍ଘ ୫ ବର୍ଷ ପରେ ବାମନଘାଟୀ ଟ୍ରକ ମାଲିକ ସଂଘ ନିର୍ଵାଚନ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା।ନିର୍ବାଚନ ଅଧିକାରୀ ରାମେଶ୍ବର ଅଧିକାରୀ ଏବଂ ନିର୍ବାଚିତ କର୍ମକର୍ତା କହିଛନ୍ତି ଗୋରୁମହିଷାଣୀ ଏବଂ ବାଦାମ ପାହାଡ଼ରେ ଲୌହଖଣି ମାଲିକ ନିଜର ସମ୍ପର୍କୀୟ ମାନଙ୍କ ଟ୍ରକ ଏବଂ ଟ୍ରେନରେ ଲୌହ ପଥର ପରିବହନ କରୁଛନ୍ତି ।ସ୍ଥାନୀୟ ଟ୍ରକ ମାଲିକ ମାନଙ୍କୁ ପରିବହନର ସୁଯୋଗ ନ ଦେଇ ଟ୍ରକ ମାରଣ ନୀତି ଅବଲମ୍ବନ କରୁଛନ୍ତି ।ତେଣୁ ସେମାନଙ୍କ ମୁଖ୍ୟ ଦାୟିତ୍ବ ସ୍ଥାନୀୟ ଟ୍ରକ ମାଲିକମାନଙ୍କ ଟ୍ରକ ଦ୍ବାରା ଅଧା କଞ୍ଚାମାଲ ପରିବହନ ପାଇଁ ସୁଯୋଗ ଦିଆଯାଉ ।ନଚେତ୍ ଆଗାମି ଦିନରେ ବାମନଘାଟୀ ଟ୍ରକ ମାଲିକ ସଂଘ ଆନ୍ଦୋଳନ କରି ନିଜର ହକ ଜାହିର କରିବାକୁ ବାଧ୍ୟ ହେଵ ।ଟ୍ରକ ମାଲିକମାନେ ମାଲ ପରିବହନ ସୁଯୋଗ ନ ପାଇ ଋଣ ଯନ୍ତାରେ ଫଶି ରହିବା ସହ ମାନସିକ ଅଶାନ୍ତିରେ ଦିନ କାଳାତିପାତ କରୁଛନ୍ତି ।ଅଧିକାଂଶ ମାଲିକ ଟ୍ରକ ବିକି ଦେବାକୁ ବାଧ୍ୟ ହେଉଛନ୍ତି ।ଖଣି ମାଲିକର ନ ମାନି ଚଳିବ ନାହିଁ ।ସରକାର ଙ୍କ ନିୟମ ଅଛି ।ସ୍ଥାନୀୟ ପରିବହନ ମାଲିକଙ୍କୁ ପରିବହନ କ୍ଷେତ୍ରରେ ସୁଯୋଗ ଦିଆଯିବ ।କିନ୍ତୁ ଖଣି ମାଲିକ ଏହାକୁ ଅଣଦେଖା କରୁଛନ୍ତି ।ଟ୍ରକ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ କହିଛନ୍ତି ମିଳିମିଶି କାମ କରିବା ଏବଂ ଟ୍ରକ ମାଲିକ ସଂଘର ହକ ପାଇଁ ଲଢେଇ କରିବା ।ତଦସହ ପ୍ରଶାସନ ସେମାନଙ୍କ କାର୍ଯ୍ୟାଳୟ ଏବଂ ପରିବହନ ଗାଡିଗୁଡିକ ରହିବା ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇ ଦେଉ ।

