IMG 20260124 WA0184

ବଳାଙ୍ଗୀ ମହୋତ୍ସବ ପ୍ରସ୍ତୁତି ବୈଠକ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ବର୍ଷ 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲମାସରେ 7ଦିନ ଧରି  ପାଳିତ ହେବ. ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଜିଲ୍ଲାରେ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ପାଇଁ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀ ରାମଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରୀକ୍ରମା କାର୍ଯ୍ୟକ୍ରମ ଆଗାମୀ ମାର୍ଚ୍ଚ 13ରୁ 15 ତାରିଖ ପର୍ଯ୍ୟନ୍ତ 3ଦିନ ଧରି ଅନୁଷ୍ଠିତ ହେବ. ସେହିପରି ପ୍ରତିଭା ଚୟନ ପାଇଁ ଅନୁଷ୍ଠିତ ହେଉଥିବା ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ମେଗା ଅଡିସନ କାର୍ଯ୍ୟକ୍ରମ ଏପ୍ରିଲ 5ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି. ଏହି ଅବସରରେ ଆଜି ମହୋତ୍ସବ କମିଟି ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ସଭାପତି ତଥା ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବିକଶିତ ବାରିପଦା ତଥା ବିକଶିତ ମୟୁରଭଞ୍ଜ ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହିତ
ଅବଲୁପ୍ତ ପ୍ରାୟ କଳା ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ବଳାଙ୍ଗୀ ମହୋତ୍ସବର ଭୂମିକା ଅତୁଳନୀୟ ବୋଲି କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ଚେୟାର ପର୍ସନ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମେଳା କମିଟିର ଅଧ୍ୟକ୍ଷ ଆଇନଜୀବୀ ଅରବିନ୍ଦ ଦାସ, ଉପଦେଷ୍ଟା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ବରିଷ୍ଠ ସାମ୍ବାଦିକ ଡ଼. ବିଜୟ କୁମାର ଅଗ୍ରୱାଲ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ଭାଗବତ ପଣ୍ଡା
କମଳେନ୍ଦୁ ଲାଲ ମହାନ୍ତ, ନରେନ୍ଦ୍ର ମୋହନ ସେନାପତି, ପ୍ରଭାତି ମହାନ୍ତି, ସଂଯୁକ୍ତା ବସା, ପ୍ରଫେସର ସୁନୀଲ କୁମାର ଜେନା, ସମାଜସେବୀ ଅମର କୁମାର ସେଠୀ ପ୍ରମୁଖ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ କାବେରୀ ମିଶ୍ର, ରାକେଶ ସିଂ, ଇଂ ଶିରୀଶ ହେମ୍ବ୍ରମ, ମୂର୍ଚ୍ଛନା ଦାସ ପଟ୍ଟନାୟକ, ନିରୋଜ କୁମାର ପୋଥାଳ, ଗୋପାଳ ଚନ୍ଦ୍ର ସାଓ, ଲଲାଟେନ୍ଦୁ ବେହେରା ପ୍ରମୁଖ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମହୋତ୍ସବ କମିଟିର ସଦସ୍ୟ ସଦସ୍ୟ ମାନେ ବହୁ ସଂଖ୍ୟାରେ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ. କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଡ଼. ଶଶୀଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ. ବଳାଙ୍ଗୀ ସେନାର ଅଧ୍ୟକ୍ଷ୍ୟ କୁମାରେସ ନାୟକ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ଆଲୋଚନା କରିଥିବା ବେଳେ ସଦସ୍ୟ ସନତ ବାରିକ, ଚନ୍ଦ୍ର ପ୍ରକାଶ ଦିୱେଦି, ଦିଲ୍ଲୀପ କୁମାର ପାତ୍ର, ମିଥୁନ ବାରିକ, ରଞ୍ଜିତ ପଲେଇ, କୁନୁ ସିଂ, ଦେବାଶିଷ ଜିତ, ଇନ୍ଦୁମତି ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ.
Shrutilipi ad