IMG 20260123 WA0193

ଆଞ୍ଚଳିକ କଳିଙ୍ଗ ହାର୍ବାଲ ମେଳା ଉଦଯାପିତ

ରାଜ୍ୟ
ବାରିପଦା : କଚେରୀ ପଡ଼ିଆରେ  ୧୮ ତାରିଖରୁ ୨୨ ତାରିଖ ପର୍ଯ୍ଯନ୍ତ କଳିଙ୍ଗ ହାର୍ବାଲ ମେଳା ମହାସମାରୋହରେ ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ସମ୍ମାନିତ ଅତିଥି ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,କରଂଜିଆ ବନଖଣ୍ଡ ଅଧିକାରୀ  ବୈଦ୍ୟନାଥ ମାଝୀ,ଏସିଏଫ ପ୍ରଭାକର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବାବେଳେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ ପାତ୍ର ସଭାପତିତ୍ବ କରିଥିଲେ l ଅତିଥିଗଣ ତାଙ୍କ ଅଭିଭାଷଣରେ କହିଥିଲେ ଭଗବାନ ସୃଷ୍ଟି  ସର୍ଜନା କରିଛନ୍ତି ।ବୃକ୍ଷ,ଲତା,ଗୁଳ୍ମରୁ ମାନବ ଜୀବନ ଏବଂ ଜୀବଜନ୍ତୁ ଙ୍କ ସୁସ୍ଥ  ସ୍ବାସ୍ଥ୍ୟ  ପାଇଁ କମ ଖର୍ଚ ବହୁଳ ଆୟୁର୍ବେଦ ହିଁ ଏକମାତ୍ର ବିକଳ୍ପ ।ବୃକ୍ଷର ଚେରୀ,ମୂଳ,ଡାଳ,ପତ୍ର,ଗୁଳ୍ମ,ଛାଲି ରୁ ପ୍ରାଚୀନ ପରମ୍ପରା ଅନୁସାରେ ବହୁ ବିଦ୍ୱାନ ବୈଦ୍ଯମାନେ ଦିର୍ଘବର୍ଷ ସାଧନା ଓ ପରୀକ୍ଷା କରି ବିଭିନ୍ନ ରୋଗର  ନିରାକରଣ ପାଇଁ ବିଭିନ୍ନ ଔଷଧ ତିଆରି କରିଛନ୍ତି ।ଯାହାକୁ ସେବନ କରି ମଣିଷ ଅମୂଲ୍ୟ ଜୀବନ ସୁରକ୍ଷା କରିପାରୁଛି । ତେଣୁ ବୃକ୍ଷଲତା ପ୍ରକୃତିର ଅବଦାନ ।ଆଜିର ଆଞ୍ଚଳିକ କଳିଙ୍ଗ ହାର୍ଵାଲ ମେଳାର ଉଦେଶ୍ୟ ହେଉଛି  ବୈଦ୍ୟ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଔଷଧ,ରୋଗକୁ ନେଇ ଚେରୀମୂଳି ପ୍ରସ୍ତୁତ ଔଷଧ, ଜନସାଧାରଣଙ୍କ ମଧ୍ୟରେ ଆୟୁର୍ବେଦ ପ୍ରତି ବିଶ୍ଵାସ,ଆସ୍ଥା ଓ ସଚେତନା ସୃଷ୍ଟି କରିବା,ତଦସହ ଔଷଧୀୟ  ବୃକ୍ଷରୁ ଜୀବନ ଓ ଜୀବିକା ନିର୍ଭର କରିବା, ପ୍ରାଚୀନ ଔଷଧୀୟ ଓ ବୈଦ୍ୟ ମାନଙ୍କ ମୂଲ୍ୟବାନ ପରାମର୍ଶ, ଆୟୁର୍ବେଦ ପ୍ରତି ଆକର୍ଷଣ ବଢ଼ାଇବା ଉଦେଶ୍ୟ ।ତଦସହ ସରକାର ଚାଷୀମାନଙ୍କୁ ଔଷଧୀୟ ବୃକ୍ଷ ରୋପଣ,ଔଷଧ ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ରାଶି, ଔଷଧୀୟ ବଗିଚା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଆୟୁର୍ବେଦ ଉପଚାରରେ କମ୍ ଖର୍ଚ୍ଚରେ ଦୁର୍ଲଭ ସୁସ୍ଥ ଜୀବନର ସୁରକ୍ଷା ହିଁ ଗୁରୁତ୍ବ ଅଟେ ।ତଦସହ ଆୟୁର୍ବେଦ ରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ।  ଜୀବଜନ୍ତୁ ମାନେ ପାହାଡ଼ ପର୍ବତରେ ଵୃକ୍ଷଲତା,ଗୁଳ୍ମ ଖାଇ ନିଜ ଶରୀରକୁ କୁ ସୁସ୍ଥ ରଖୁଛନ୍ତି । ତେଣୁ ସମସ୍ତେ  କିଛିନା କିଛି ଆୟୁର୍ବେଦ ଉପରେ ସଚେତନ ହେବାପାଇଁ ଏହି ମେଳାର ଉଦେଶ୍ୟ । ଏହି ହାର୍ଵାଲ ମେଳାରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ତଥା ବଲାଙ୍ଗୀର, ସମ୍ବଲପୁର,ରାଉରକେଲା, ଖୋର୍ଦ୍ଧା,କଟକ,ଭୂବନେଶ୍ବର,ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ,କେନ୍ଦୁଝର,ରାଉରକେଲା  ସମେତ ବିଭିନ୍ନ ଜିଲ୍ଲାରୁ ୪୮ରୁ ଉର୍ଦ୍ଧ୍ବ ପ୍ରସିଦ୍ଧ ବୈଦ୍ୟ ମାନେ ନିଜର ପ୍ରସ୍ତୁତ ଔଷଧ ଆଣି ଷ୍ଟଲ ପ୍ରଦର୍ଶନ କରିବା ଏବଂ ଜନସାଧାରଣ ମାନଙ୍କୁ ଆୟୁର୍ବେ ଓ ସେମାନଙ୍କ ସାମଗ୍ରୀ ଉପରେ ସଚେତନ କରାଇଥିଲେ ।   ସେହିଭଳି ୫ ଟି ସ୍ଵୟଂସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦକ ସାମଗ୍ରୀ ଷ୍ଟଲ ପ୍ରଦର୍ଶନ କରିବା ସହ ସରକାରୀ ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ରାଇରଙ୍ଗପୁର ବନବିଭାଗର ରେଞ୍ଜର ଜ୍ୟୋତି ରଞ୍ଜନ ସେନାପତି,ବାଦାମ ପାହାଡ଼ ରେଞ୍ଜର ଅଜିତ ମହାନ୍ତି,ମତଦାନ ଏସିଏଫ ଧରିତ୍ରୀ ମୁର୍ମୁ ,ବିଷୟବସ୍ତୁ ବିଶେଷଜ୍ଞ ତ୍ରିଲୋଚନ ରାୟ,ବିଷୟବସ୍ତୁ ବିଶେଷଜ୍ଞ ଲୋକନାଥ ସାହୁ, ବିଷୟବସ୍ତୁ ଵିଶେଷଜ୍ଞ ବିଜୟ କେତନ ବିଶ୍ବାଳ ସମେତ ସମସ୍ତ ରେଞ୍ଜର,ବନ କର୍ମଚାରୀ  ପାଞ୍ଚ ଦୀଵସୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁଁ ଦିନରାତି ଏକ କରି ଦେଇଥିଲେ  । ପରେ ପୁରସ୍କାର ବିବରଣୀ ଉତ୍ସବ ଶ୍ରେଷ୍ଠ ବୈଦ୍ୟ ଷ୍ଟଲ ସଂଜୟ ପଟନାୟକ,ଶ୍ରେଷ୍ଠ ଡିସ୍ପ୍ଲେ ଷ୍ଟଲ ଭାଗବତ ମହାନ୍ତ,ଶ୍ରେଷ୍ଠ ସ୍ବେଚ୍ଛାସେବୀ ଷ୍ଟଲ ସିଟିଜେନ ଫୋରମ୍ ଫଳ ପ୍ରୋଗେସିଭ ଓଡ଼ିଶା,ଓଫଡିସି ଷ୍ଟଲ,ତାରିଣୀ ସ୍ଵୟଂ ସହାୟିକା ଗୋଷ୍ଠୀ ଷ୍ଟଲ,ବରିଷ୍ଠ ବୈଦ୍ୟ ଜଗନ୍ନାଥ ମେହେର,,ବନ  ଖଣ୍ଡ ଏଵଂ‌ ବନ ବିଭାଗର କାର୍ଯ୍ୟ ନିପୁଣତା ନେଇ ଅତିଥିଗଣ ସେମାନଙ୍କୁ ଉତ୍ତରୀୟ ,ମାନପତ୍ର ,,ଓ‌ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ମେଗା ହାର୍ଵାଲ ମେଳାରେ ବୈଦ୍ୟ ଦୋକାନୀମାନଙ୍କ ର ୨୬ ଲକ୍ଷରୁ ଉର୍ଦ୍ଧ୍ବ ରୁ କାରବାର ହୋଇଥିଲା ବୋଲି କହିଥିଲେ ।ପାଞ୍ଚ ଦିନ ଧରି ଵେଦ୍ଯ ମାନଙ୍କ ମଧ୍ୟରେ କର୍ମଶାଳା ହେବା ସହ ପରସ୍ପର ମଧ୍ୟରେ ଅଭିଜ୍ଞତାର ଆଦାନ ପ୍ରଦାନ ହୋଇଥିଲା । ବିଭିନ୍ନ  ଆୟୋଜିତ ସା‍ଂସ୍କୃତିକ କାର୍ଯ୍ଯକ୍ରମରେ ବହୁ ଶିଶୁ ଓ ଯୁବ କଳାକାର ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ  ।ବିଦାୟ ବେଳାରେ ଵୈଦ୍ଯମାନେ ଡିଏଫଓ ସୁବ୍ରତ ପାତ୍ରଙ୍କ ଦ୍ୱାରା ସେମାନଙ୍କ ପାଇଁ ରହଣି,ଖାଇବା, ଉତ୍ତମ ବ୍ୟବସ୍ଥା କୁ ଭୁରି ଭୁରି ପ୍ରଶଂସା କରିଥିଲେ ।
Shrutilipi ad