IMG 20260120 WA0215

ଦୁଇ ଶିଶୁକନ୍ୟାଙ୍କୁ ଜନ୍ମଦେଇ ଆଖି ବୁଜିଲେ ଜନ୍ମଦାତ୍ରୀ, ସହଯୋଗର ହାତ ବଢ଼େଇଲା ପି ପି ପି ଟ୍ରଷ୍ଟ

ରାଜ୍ୟ
ବାରିପଦା: ଦୁଇ ଶିଶୁକନ୍ୟାକୁ ଜନ୍ମଦେଇ ଆରପାରିରେ ଜନ୍ମ ଦାତ୍ରୀ ମା I ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ  ଉଠାଣିନୂଆଗାଁ ଗ୍ରାମ ନିବାସୀ ସିପୁ ବେଣ୍ଟକାରଙ୍କ ପରିବାରରେ I ପି ଆର ଏମ ଡାକ୍ତରଖାନାରେ ସିପୁ ବେଣ୍ଟକର ଙ୍କ ପତ୍ନୀ ସଂଜିତା ଦୁଇ ଶିଶୁକନ୍ୟାକୁ ଜନ୍ମଦେବା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ I ରକ୍ତର ଆବଶ୍ୟକତା ପଡିବାରୁ ସମାଜସେବା ଅରବିନ୍ଦ ମୁଖି ଖବର ପାଇ ତୁରନ୍ତ ୨ ଜଣ ରକ୍ତଦାତା ଯୋଗାଡ଼ କରିଥିଲେ I ମାତ୍ର ଅବସ୍ଥା ଆହୁରି ଗୁରୁତର ହେବାରୁ ସିପୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ଚିକିତ୍ସାଳୟକୁ ନେଇଗଲେ I ସେଠାରେ ପୁଣି ରକ୍ତର ଆବଶ୍ୟକତା ପଡିବାରୁ ପି ପି ପି ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଅକ୍ଷୟ ମହାନ୍ତି ଆଉ ଦୁଇ ୟୁନିଟ ରକ୍ତର ବ୍ୟବସ୍ଥା କରାଇଥିଲେ I ସମସ୍ତ ଚେଷ୍ଟା ସତ୍ୱେ ଶେଷରେ ଆଖିବୁଜିଲେ ମା’ ସଂଜିତା I ଏକ ଶୋକାକୂଳ ପରିବେଶ ମଧ୍ୟରେ ନିଜ ଗାଁ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା I ଖବର ପାଇ ଡଃ ମହାନ୍ତିଙ୍କ ସମେତ ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ସର୍ଦ୍ଦାର ହରିଚରଣ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ, ସଂଜୀବ କୁମାର ସାହୁ, ଅରବିନ୍ଦ ମୁଖି ଓ ଭରତ ଚନ୍ଦ୍ର ପାତ୍ର ତାଙ୍କ ଗ୍ରାମରେ ପହଂଚି ପି ପି ପି ଟ୍ରଷ୍ଟ ତରଫରୁ ୫ ହଜାର ଟଙ୍କାର ଚେକ ସହ ୧ ହଜାର ଟଙ୍କା ନଗଦ ରାଶି ଓ ଶିଶୁ ଖାଦ୍ୟ ସିପୁଙ୍କୁ ପ୍ରଦାନ କରିଥିଲେ I ପ୍ରକାଶ ଥାଉକି ସିପୁଙ୍କର ୧୦ ବର୍ଷର ଓ ୭ ବର୍ଷର ଦୁଇ ଝିଅ ସହ ପିତାମାତା ମଧ୍ୟ ଅଛନ୍ତି I ସେ ଏକ ହୋଟେଲରେ ନିମ୍ନ ମଜୁରୀରେ କାମକରି ପରିବାର ପ୍ରତିପୋଷଣ କରନ୍ତି I ପରବର୍ତ୍ତୀ ସମୟରେ ପରିବାରକୁ ସାହାଯ୍ୟ କରିବା ପ୍ରୟାସ ଜାରିରହିବ ବୋଲି ସମାଜସେବୀ ମାନେ ପ୍ରକାଶ କରିଛନ୍ତି I
Shrutilipi ad