IMG 20260119 WA0207

କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର 

ରାଜ୍ୟ
ବାରିପଦା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ରେ କିନ୍ନର ମାନଙ୍କ ଅଧିକାର ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁଦୀପ୍ତ କୁମାର ଆଚାର୍ଯ୍ୟ ପୌରହିତ୍ୟ କରିଥିବା ବେଳେ ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ କିନ୍ନର ମାନଙ୍କ ପ୍ରତି ସମାଜରେ ହେଉଥିବା ଅବହେଳା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ତାହାର ପ୍ରତିକାର ନିମନ୍ତେ ଉଦ୍ଧିଷ୍ଠ ଥିବା ବିଭିନ୍ନ ଆଇନ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ରୁ ଅଧିକ କିନ୍ନର ଯୋଗ ଦେଇ ନିଜର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ତାହାର ପ୍ରତିକାର ସମ୍ପର୍କରେ ନିଜର ମତ ରଖିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବାରିପଦା କୋର୍ଟର ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ସମସ୍ତ ନ୍ୟାୟ ରକ୍ଷକ ଓ ଅଧିକାର ମିତ୍ର ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କିନ୍ନର ମାନଙ୍କୁ ବିଭିନ୍ନ ଅଧିକାର ସମ୍ପର୍କରେ ସଚେତନ କରିବା ସହିତ ସରକାରଙ୍କ ଦ୍ଵାରା ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।
Shrutilipi ad