2

ଦର୍ଶକଙ୍କୁ କନ୍ଦାଇଲା ନାଟକ “ଫୁଲଶଯ୍ୟା” 

ରାଜ୍ୟ
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ସମ୍ଭାବନା ସାଂସ୍କୃତିକ ପରିଷଦ ପ୍ରଯୋଜିତ ନାଟକ “ଫୁଲ ଶଯ୍ୟା” ମଞ୍ଚସ୍ଥ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ଅନିରୁଦ୍ଧ ଜେନା ନାଟକଟିକୁ ଉଦଘାଟନ କରିଥିଲେ I ଏହି ଅବସରରେ ନାଟ୍ୟକାରଙ୍କ ସ୍ମୃତିରେ ତାଙ୍କ ପରିବାର ବର୍ଗଙ୍କୁ ତଥା ଯୁବ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନର ପ୍ରତିଷ୍ଠାତା ରାଜେଶ ଦାଶ ନାଟକ ଉପରେ ଆଲୋକପାତ କରିଥିଲେ I ଭଞ୍ଜମାଟିର ପ୍ରତିଷ୍ଠିତ ନାଟ୍ୟକାର ସ୍ବର୍ଗତ ଆନନ୍ଦ ଶଙ୍କର ଦାଶଙ୍କ ରଚିତ ଓ ଯୁବ ନିର୍ଦ୍ଦେଶକ ଗୁ୍ହିରାମ ଜେନାଙ୍କ ନିର୍ଦ୍ଦେଶିତ ନାଟକରେ ଘନଶ୍ୟାମ କର, ସରୋଜ କୁମାର ଶତପଥି, ଧର୍ମପଦ ନନ୍ଦି, ଜ୍ୟୋତି ଶଙ୍କର ପଟ୍ଟନାୟକ, କରୁଣାକର ବାରିକ, କ୍ରିଷ୍ଣା ଦାସ, ଲଭରଜିତ ସାହୁ, ହିମାଂଶୁ ସାହୁ, ନିକିତା ମହାନ୍ତି, ରାଜେସେନି ଜେନା ଅଭିନୟ କରିଥିଲେ I ସଂଗୀତରେ ବିଭୁତି ଭୂଷଣ ବେହେରା, ନୃତ୍ୟ ନିର୍ଦ୍ଦେଶନାରେ ଦେବାନନ୍ଦ ପାତ୍ର, ମଞ୍ଚ ସଜ୍ଜାରେ ନୃସିଂହ ବାରିକ, ରୂପସଜ୍ଜାରେ ଦିଲ୍ଲୀପ କୁମାର ଆଇଚ, ଆଲୋକରେ ଅଙ୍କେତ ଦାସ ଓ ମଞ୍ଚ ପରିଚାଳନାରେ ସୋମନାଥ ସିଂହ ସହଯୋଗ କରିଥିଲେ I ମନ ଭାଙ୍ଗିଗଲେ ଜୀବନ ଯେମିତି ଦୁର୍ବିସହ ହୋଇପଡେ, ନିଶାଶକ୍ତ ମଣିଷ କିପରି ମଣିଷ ପଣିଆ ହରେଇଥାଏ, ସମ୍ପର୍କ ଭିତରେ କିପରି ସଉଦା ହୁଏ, ଦୃଢ ମନ କେମିତି ଅସମ୍ଭବ କୁ ସମ୍ଭବ କରିପାରେ – ଏହିଭଳି ପରିସ୍ଥିତିକୁ ନେଇ ଅଭିନେତାମାନଙ୍କ  ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I
Shrutilipi ad