IMG 20260116 WA0154

ମୟୂରଭଞ୍ଜ ଜିଲ୍ଲାର ନାଭାଲ ଟାଟା ଗ୍ରସରୁଟ ହକି କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ 

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ସ୍ଥିତ ଏକମାତ୍ର ହକି କେନ୍ଦ୍ର ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚଢ଼େଇଗାଁରେ ଚାଲୁଥିବା ନାଭାଲ ଟାଟା ଗ୍ରାସରୁଟ ହକି କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେସେନ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଟାଟା ନାଭାଲର ସଂଯୋଜକ ଶେଖର ବେହେରା ଉପସ୍ଥିତ ରହି ଜିଲ୍ଲାରେ ହକି ପ୍ରତିଭା ମାନଙ୍କର ବିକାଶ କ୍ଷେତ୍ରରେ ହକି କେନ୍ଦ୍ରର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ୧୧ ଜଣ ଛାତ୍ର ଓ ଛାତ୍ରୀଙ୍କୁ ନୂତନ ହକି ଷ୍ଟିକ୍ ଓ ବଲ୍ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଅଦିତ୍ୟ ରାଜ, ଜଗନ୍ନାଥ ଦାସ, ସବ୍ୟସାଚୀ ନାୟକ, ବାପୁନ ଧଳ, କର୍ମରଞ୍ଜନ ଧଳ, ଅମ୍ବିକା ଧଳ, ସସ୍ମିତା ସୋରେନ, ଲିପ୍ସା ଦଣ୍ଡସେନା, ପ୍ରିୟା ସି ଓ ଅନିତା ହାଁସଦା I ତତସହିତ ଶୃଙ୍ଖଳା, ଭଲ ବ୍ୟବହାର, ନିୟମିତ ଉପସ୍ଥାନ ଓ କ୍ରୀଡ଼ା କୌଶଳ ଆଧାରରେ ୧୦ ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଦିନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ ଶୁଭାଶିଷ ନାୟକ,  ଚଢେଇଗାଁ କ୍ଲଷ୍ଟରର ସି ଆର ସି ସି  ଶୁଭେନ୍ଦୁ ଶେଖର ସେଠୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଶେଷରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ତଥା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ I
Shrutilipi ad