ବାରିପଦା: ଦିଲ୍ଲରେ ଆସନ୍ତା ଜାନୁଆରୀ ୨୬ ରେ ସାଧାରଣତନ୍ତ୍ର ଦିବସ ପେରେଡ ଉତ୍ସବରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ମୟୂରଭଂଜ ଜିଲ୍ଲାର ଯୁବତୀ ନୃତ୍ୟ କଳାକାରଙ୍କୁ ଯୋଗଦେବା ସହ ନୃତ୍ୟ ପ୍ରଦର୍ଶନୀ ପାଇଁ ଆମନ୍ତ୍ରିତ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଵାମନଘାଟୀ ଅଞ୍ଚଳର ବିଶିଷ୍ଟ ଛଉ ନୃତ୍ୟ ପ୍ରତିଷ୍ଠାନର ବରିଷ୍ଠ ସଦସ୍ୟ ରାଜକାପୁର ମହାନ୍ତ ଓ ତାଙ୍କ ସହଯୋଗୀଙ୍କ ପ୍ରଚେଷ୍ଟାରେ ୨୬ ଜଣ ଯୁବକଳାକାର ତଥା ୧୮ ଜଣ ଯୁବ ଏବଂ ୮ ଜଣ ଯୁବା କଳାକାରଙ୍କୁ ଚୟନ କରାଯାଇଥିଲା l ସେମାନେ ସମସ୍ତେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।ସେହି ଯୁବ କଳାକାର ହେଲେ ଯୁବକରେ ସନ୍ତୋଷ ମହାନ୍ତ, ଶିବ ଚରଣ ମହାନ୍ତ, ବାବୁଲି ମହାନ୍ତ ଦିବାର ନାଏକ, ରାମ ନାଏକ, ରଣବୀର ନାଏକ, ଅଜୟ ପରିହଳା, ଯୁବରାଜ କିସ୍କୁ, ଵାଜୁରାମ ଟୁଡୁ, ତୁଷାର ମହାକୁଡ଼ବିକାଶ ମୁଣ୍ଡା,ସୁନିଲ ମୁଣ୍ଡା,, ଜୟଵ୍ରତ ମହାନ୍ତ, କ୍ରିଷ୍ଣା ସର୍ଦାର, ଚନ୍ଦନ ମହାନ୍ତ,ବିକ୍ରମ ମାଝି, ତାଙ୍କ ମାରାଣ୍ଡି, ଏବଂ ଯୁବତୀ ମାନେ ହେଲେ ଶୁଭ ସ୍ମିତା ମହାନ୍ତ, ସୁନିତା ମହାନ୍ତ,ଜୟି ମହାନ୍ତ,ଲକ୍ଷ୍ମୀ ପ୍ରୀୟା ମାରାଣ୍ଡୀ, ପ୍ରୀତି ବେହେରା, ସୁନ୍ଦରୀ ଵିରୁଆ, ସୋନାଲି ନାଏକ ଏବଂ ସୁରୁକୁନି ମୁଣ୍ଡା । ଏତେ ବଡ଼ ସୁଯୋଗ ମିଳିଥିବାରୁ କଳାକାର ମାନେ ଭାବ ବିହ୍ୱଳ ହୋଇ ଆମ ଭାଗ୍ୟରେ ଏମିତି ଦିନ ଆସିବ ଆମେ କେବେ ଭାବି ନ ଥିଲୁ ବୋଲି ପ୍ରକାଶ କରିବା ସହିତ ମୟୂରଭଂଜ ର ଟେକ ରଖିବା ପାଇଁ ସେମାନେ ଶତ ପ୍ରଚେଷ୍ଟା କରିବେ ବୋଲି କହିଥିଲେ ।

