Screenshot 2026 01 14 093037 750x430

ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ

ରାଜ୍ୟ

ଭୁବନେଶ୍ୱର: ତୁଟିଲାନି ନବାଙ୍କ ବେଢ଼ା କ୍ଷୀର ଆଉଟା ସେବା ଅଧିକାର ବିବାଦ। ବନ୍ଦ ରହିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି। ମଙ୍ଗଳବାର ସନ୍ଧ୍ୟାଧୂପଠାରୁ ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ମନ୍ଦିରରେ ନୀତିକାନ୍ତି ସବୁ ବନ୍ଦ ରହିଛି। ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର। ଆଜି ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଆଜି ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ଅଛନ୍ତି ଲିଙ୍ଗରାଜ ।

ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ବିଗତ କିଛି ବର୍ଷ ହେବ ବିବାଦ ଚାଲିଥିଲା। ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ। ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ହେଲେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ। ଏଣୁ ମଙ୍ଗଳବାର ସନ୍ଧ୍ୟା ଧୂପ ପରଠାରୁ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ବନ୍ଦ ରହିଛି ।

ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନୀତି ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ବାରମ୍ବାର ପ୍ରଭୁ ଲିଙ୍ଗରାଜ ଉପବାସରେ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ଏହା ମନ୍ଦିର ପ୍ରଶାସନର ଖାମଖିଆଲି ମନୋଭାବ ବୋଲି ଅନେକ ସେବାୟତ ଓ ଶ୍ରଦ୍ଧାଳୁ କହୁଛନ୍ତି ।

 

Shrutilipi ad