IMG 20260111 WA0157

ସରକାରୀ ପ୍ରାଥମିକ ବିଦ୍ୟାଳୟ, ଶ୍ରୀପଦଗଞ୍ଜର ବାର୍ଷିକ ଉତ୍ସବ

ରାଜ୍ୟ
ବାରିପଦା : ବାରିପଦା ସହରର ୧୩ ନମ୍ବର ୱାର୍ଡର ସରକାରୀ ପ୍ରାଥମିକ ବିଦ୍ଯାଳୟ, ଶ୍ରୀପଦଗଞ୍ଜର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ବିନ୍ଦୁଶ୍ରୀ ଦାଶ ଙ୍କ ପୌରହିତ୍ଯରେ ମହାସମାରୋହରେ ପାଳିତ ହୋଇଯାଇଛି । ବାରିପଦା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସି ଆର ସି ସି କନକଲତା ମାଝୀ, ମୁଖ୍ଯ ବକ୍ତା ଭାବେ ସରୋଜ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବେ ତତ୍ତ୍ୱମସୀ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ସାମଲ  ବିଶେଷ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମଲତା ମହାନ୍ତି ଯୋଗ ଦେଇ ପିଲାମାନଙ୍କୁ ପାଠପଢି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ । ସହକାରୀ ଶିକ୍ଷକ ଲଲାଟ କିଶୋର ସି ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ଦେ ବାର୍ଷିକ ବିବରଣୀ ପାଠ କରି ବିଦ୍ଯାଳୟର ବିଭିନ୍ନ ସମସ୍ଯାମାନ ଉତ୍ଥାପନ କରିଥିଲେ ଏବଂ ସହକାରୀ ଶିକ୍ଷୟିତ୍ରୀ ସୋନାଲୀ ପାତ୍ର ଧନ୍ଯବାଦ ଜ୍ଞାପନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୭୮ ଜଣ ଛାତ୍ରଛାତ୍ରୀ ଅତିଥିମାନଂକଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ଶେଷରେ ରଙ୍ଗାରଙ୍ଗ କାର୍ଯ୍ଯକ୍ରମରେ ପିଲାମାନେ ରାତିପର୍ଯ୍ଯନ୍ତ ନୃତ୍ଯଗୀତ ପରିବେଷଣ କରି ଭରପୂର ମଜା ଉଠାଇଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ଯ, ୧୩୦ ଜଣ ଛାତ୍ରଛାତ୍ରୀ ଓ  ଅଭିଭାବକ ଯୋଗଦେଇ କାର୍ଯ୍ଯକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ ।
Shrutilipi ad