IMG 20260111 WA0156

ଓସିଏ ଆନ୍ତଃଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଘୋଷିତ 

ରାଜ୍ୟ
ବାରିପଦା : କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଓ ସି ଏ ଆନ୍ତଃ ଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଦ୍ୱାରା ମନୋନୀତ ଦଳରେ ରାଜୀବ ସରକାର, ପ୍ରିୟାଂଶୁ କୁମାର ଜେନା, ଡି ଏସ ଅଜିତେଶ, ଲଳିତ କୁମାର ମହାପାତ୍ର, ରାଘବ ସାକୁନିଆ, ଜଷ୍ଟିସ ଦିବ୍ୟାଂଶୁ ବାରିକ, ମୋଦିରାସ ବେହେରା, ତାଜ ରୋଶନ ପରିଡା, ଗୌରବ ପଣ୍ଡା, ରଣବୀର ରାଉତ, ରିତେଶ ରାଜ ଭୂୟାଁ, ଶାଶ୍ୱତ ଗିରି, ଦେବାଂଶୁ ଅଗ୍ରୱାଲ, ଆଦିତ୍ୟ କେଶରୀ ଜେନା ଓ ରାଜଦୀପ ଜେନା ସାମିଲ ଅଛନ୍ତି I କୋଚ ଓ ମ୍ୟାନେଜର ଭାବେ ସାଇବା ସିଂ ଙ୍କ ନେତୃତ୍ୱରେ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ବୋଲି କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ କିଟ, ଭୁବନେଶ୍ୱର ସହ ଖେଳିବ ବୋଲି ଅନ୍ୟତମ କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ପ୍ରକାଶ କରିଛନ୍ତି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସମେତ ସମସ୍ତ କାଉନସିଲ ସଦସ୍ୟ ଟୁର୍ଣ୍ଣାମେଣ୍ଟରେ ଦଳର ସଫଳତା କାମନା କରିଛନ୍ତି I