ବାରିପଦା: ଗତକାଲି ବିଳମ୍ବିତ ରତ୍ରୀରେ ବାରିପଦା ସହାରର ଦାରୋଗଦାହି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କାଇନେଟିକ ଗ୍ରୀନ ନାମକ ଏକ ଗାଡି ସୋରୁମରେ ଅଗ୍ନିକାଣ୍ଡ ଘଟି ପାଖା ପାଖୀ ଷାଠିଏ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସ୍କୁଟି,ଅଟୋ ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଜଳି ଛାରଖାର ହୋଇଯାଇଥିବାର ଦୋକାନ ର ମାଲିକ ବିମଳ ଜେନା ପ୍ରକାଶ କରିଛନ୍ତି l ଖବର ନେବାରୁ ଜଣା ପଡିଅଛି ଯେ ଗତକାଲି ରାତ୍ରୀ ପାଖା ପାଖି ଦୁଇଟା ରୁ ଓଢ଼େଇଟା ମଧ୍ୟରେ ପାଖରେ ଥିବା ଏକ ବିବାହ ମଣ୍ଡପ ରୁ କିଛି ପିଲା କାମ ସାରି ଫେରୁଥିବା ସମୟରେ ହଠାତ ଦୋକାନ ଭିତରୁ ଧୂଆଁ ବାହାରୁ ଥିବାର ଦେଖିଥିଲେ l ସେମାନେ ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବାହିନୀ କୁ ଖବର ଦେଇଥିଲେ l ଅଗ୍ନିଶ୍ରମ ବାହିନୀର ତିନିଗୋଟି ଦମକଳ ଗାଡି ଆସି ଦୋକାନ ର ସଟର କୁ ଭାଙ୍ଗି ନିଆଁ କୁ ଆୟତ୍ତ କରିଥିଲେ l ମାତ୍ର ନିଆଁ ର ପ୍ରୋକପ ଏତେ ଜୋର ଥିଲା ଯେ ସବୁକିଛି ଜଳି ନଷ୍ଟ ହୋଇଯାଇଥିଲା l ଏପରିକି ଦୋକାନ ର କାନ୍ଥ ମଧ୍ଯ ଫାଟିଯାଇଅଛି l ଦୋକାନ କୁ ଲାଗି ଅନ୍ୟାନ୍ୟ ଘର ଥିବାବେଳେ ନିଆଁ ରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି l ଖବର ପାଇ ପୋଲିସ ମଧ୍ଯ ଘଟଣା ସ୍ଥଳରେ ପହଁଚିଥିଲେ l ନିଆଁ ର ସଠିକ କାରଣ ଜଣା ପଡିନଥିଲେ ସୁଦ୍ଧା ଦୋକାନ ସିଲିଂ ଭିତରୁ ବିଦ୍ୟୁତ ସଟ ସର୍କିଟ ଯୋଗୁ ଏହା ଘଟିଅଛି ବୋଲି ଅନୁମାନ କରାଯାଉଅଛି l

