ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ୱାର୍ଡରେ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ “ଉମଙ୍ଗ” ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ବିଦ୍ୟାଳୟର ପ୍ରଗତି କ୍ଷେତ୍ରରେ ଶିକ୍ଷକ /ଶିକ୍ଷୟତ୍ରୀଙ୍କ ଅବଦାନ ପାଇଁ ପ୍ରଶଂସା କରିଥିଲେ I ସମ୍ମାନୀୟା ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଜିଲ୍ଲା, ରାଜ୍ୟ ଓ ଜାତୀୟ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ I ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ରଞ୍ଜନ ବାନାର୍ଜୀ ବିଦ୍ୟାଳୟ ତଥା ସ୍ଥାନୀୟ ଅଂଚଳ ଉପରେ ନିଜ ଅନୁଭୂତି କୁ ନେଇ ବ୍ୟକ୍ତବ୍ୟ ରଖିଥିଲେ I ସେହିପରି ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷକଙ୍କ ସମେତ ପିତାମାତାଙ୍କର ଭୂମିକା ମଧ୍ୟ ରହିଛି ବୋଲି ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସମାଜସେବା ତଥା ନିରନ୍ତର ଭାବେ ରକ୍ତଦାନ କରିଆସୁଥିବା ଡଃ ନିରୋଜ କୁମାର ପୋଥାଳ ଭବିଷ୍ୟତରେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ I ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏ ଵି ଇ ଓ ତପସ୍ୱିନୀ ଦାଶ, ସେକ୍ସନ ଅଫିସର ସତ୍ୟନାରାୟଣ ଦାସ, ସି ଆର ସି ସି ଧନଞ୍ଜୟ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚୁମକି ବେହେରା, ବରିଷ୍ଠ ଶିକ୍ଷାବିତ ନବ କିଶୋର ପାଲବାବୁ ପ୍ରମୁଖ ଉପସ୍ଥିତ ଥିଲେ I ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିଲେ I ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଦ୍ୟାଳୟ ର ଦୀପକ କୁଁଅର, ମହାବୀର ପାତ୍ର, ବିଷ୍ନୁପଦ ମହାନ୍ତ, ସାଇ ସମ୍ଭବ ରାଉତ, ଦେବାଶିଷ ଗିରି, ପ୍ରିୟରାଣୀ ବେହେରା, ଦେବସ୍ମିତା ସାବତ, ଚରଣ ବେଶ୍ରା, ଈଶ୍ବର ବିନ୍ଧାଣି, ଗାଜ ଟୁଡୁ, ନିମାଇଁ ମୁର୍ମୁ ଙ୍କ ସମେତ ୧୦୦ ରୁ ଅଧିକ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ସୁମିତ୍ରା ରାଉତ, ସରୋଜ କୁମାର ସାବତ, ଗୌତମ ପଣ୍ଡା, ହରପ୍ରିୟା ବେହେରା ପ୍ରମୁଖ ସହଯୋଗ କରିଥିଲେ I

