Cold wave and dense fog in north india

ଜାଡ଼ରେ ଥରୁଛି ମୟୁରଭଞ୍ଜ; ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ତାପମାତ୍ରା 

ରାଜ୍ୟ

ବାରିପଦା: ଶିମିଳିପାଳରେ ତାପମାତ୍ରା ଶୂନଡିଗ୍ରୀ କୁ ଖସିଥିବାର ଆରସିସିଏଫ ପକ୍ଷରୁ ସୂଚନା ଦିଆଯାଇଅଛି l ଚଳିତ ବର୍ଷ ଏହା ଶିମିଳିପାଳ ରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଅଛି l ଶିମିଳିପାଳ ର ଉପରବାରାକାମୁଡା ରେ ଶୂନ ଡିଗ୍ରୀ ରେକର୍ଡ କରାଯାଇଅଛି l ସେହିପରି ଶିମିଳିପାଳ ର ଅନ୍ୟ କିଛି ସ୍ଥାନ ଯଥା ଚହଲା ରେ ଦୁଇ ଡିଗ୍ରୀ, ଗୁଦଗୁଡ଼ିଆ ଏବଂ ବୋରେଇପାଣିରେ ପାଞ୍ଚ ଡିଗ୍ରୀ କୁ ପାରଦ ଖସିଅଛି l ଗତ 48 ଘଣ୍ଟା ମଧ୍ୟରେ ଶିମିଳିପାଳ ରେ ଆଠ ଡିଗ୍ରୀ ତାପମାତ୍ରା ରୁ ଖସି ଶୂନ କୁ ଆସିଅଛି l ଗତ ରାତ୍ରୀରେ ଉପରବାରାକାମୁଡାରେ ତାପମାତ୍ରା ସର୍ବନିମ୍ନ ଶୂନ ଡିଗ୍ରୀ କୁ ଆସିଅଛି l ଯାହା ଫଳରେ ଶିମିଳିପାଳରେ ରାତ୍ରୀରେ ଘାସ ଏବଂ ଗଛ ଉପରେ ମୋଟା ଆକାରରେ ତୁଷାରପାତ ପଡୁଅଛି l ଅନ୍ୟପଟେ ପର୍ଯ୍ୟଟକ ମାନେ ବର୍ତ୍ତମାନ ଶିମିଳିପାଳ ରେ ଏହି ଦୃଶ୍ୟକୁ ଉପଭୋଗ କରିବା ସହିତ ଏହାର ମଜା ନେଉଛନ୍ତି l ଏହାର ପ୍ରଭାବରେ ଶିମିଳିପାଳ ର ପାଦଦେଶରେ ଥିବା ମୟୁରଭଞ୍ଜ ଜିଲ୍ଲାର ବାରିପଦା ସମେତ ବିଭିନ୍ନ ସ୍ଥାନରେ ଅସହ୍ୟ ଜାଡ଼ ହେଉଅଛି l ଦିନବେଳେ ଉତ୍ତରା କହଲା ପଵନ ଜନ ଜୀବନ କୁ ଅସ୍ତବ୍ୟସ୍ତ କରିପକାଉଛି l ରାତ୍ରୀରେ କୁହୁଡି ସାଙ୍ଗକୁ ଧୀରେ ଧୀରେ ତାପମାତ୍ରା ଖସୁଅଛି l ଫଳରେ ଲୋକମାନେ ବାହାରକୁ ବାହାରିବା କଷ୍ଟକର ହେଉଅଛି l  ସକାଳର ତାପମାତ୍ରା ମଧ୍ଯ କମ ରହୁଥିବା ହେତୁ ଶୀତ ରେ ଥରୁଛନ୍ତି ଲୋକେ l ମୟୁରଭଞ୍ଜ ଜିଲ୍ଲାର 26 ଗୋଟି ବ୍ଲକ ଅଞ୍ଚଳରେ ଶୀତ ର ତାପମାତ୍ରା ପାଞ୍ଚ ରୁ ଆଠ ଡିଗ୍ରୀ ମଧ୍ୟରେ ରହୁଅଛି l ତେବେ ଆଗକୁ ଏହିପରି ଥଣ୍ଡା ର ଲହାରୀ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଅଛି l ଯାହାକୁ ନେଇ ଲୋକମାନେ ଚିନ୍ତାରେ ପଡ଼ିଯାଇଛନ୍ତି l

Shrutilipi ad