ବାରିପଦା : ଭଦ୍ରକରେ ଅନୁଷ୍ଠିତ ୨୨ତମ ରାଜ୍ୟସ୍ତରୀୟ ତାଇକୋଣ୍ଡ ଚାମ୍ପିୟାନସିପ – ୨୦୨୫ ରେ ମୟୁରଭଞ୍ଜର ୬ ବର୍ଷର ବାଳକ ସାଇଅନୁସ ପାତ୍ର ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ୫ ରୁ ୭ ବର୍ଷ ବର୍ଗର କ୍ୟାଡେଟ ବାଳକ ବିଭାଗରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଏହି ପଦକ ହାସଲ କରି ନିଜ ବିଦ୍ୟାଳୟ ତଥା ବାରିପଦାରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ବାସିନ୍ଦା ମନୋରଞ୍ଜନ ପାତ୍ର ଓ ବବିତା ସାହା ପାତ୍ରଙ୍କ ପୁତ୍ର ସାଇଅନୁସ ଗୁରୁ ଯୋଗେଶ କୁମାର ମହାନ୍ତଙ୍କ ଠାରୁ ପ୍ରଶିକ୍ଷଣ ପାଇ ଏହି ପଦକ ହାସଲ କରିବା ସହ ଭବିଷ୍ୟତରେ ଜଣେ ଦକ୍ଷ ଖେଳାଳି ହୋଇ ଦେଶ ପାଇଁ ସୁନାମ ଆଣିପାରିବେ ବୋଲି ପିତାମାତା ଆଶାପୋଷଣ କରିଛନ୍ତି I ବର୍ତମାନ ସେ ସେଣ୍ଟ ଇନିସ କନଭେଣ୍ଟ ସ୍କୁଲରେ ଏଲ କେ ଜି ର ଛାତ୍ର I ଖବର ପାଇ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି I

