Img 20260101 wa0378

ସିଟିଜେନ୍ ଫୋରମ୍‌ର ବାର୍ଷିକ ଉତ୍ସବ ଓ ମୟୂରଭଞ୍ଜ ମିଶ୍ରଣ ଦିବସ 

ରାଜ୍ୟ
  • ରାଜ୍ୟ ଓ ଦେଶ ପାଇଁ ମୟୂରଭଞ୍ଜର ଅବଦାନ ଅତୁଳନୀୟ
ବାରିପଦା: ନବ ବର୍ଷରେ ମୟୂରଭଞ୍ଜ ସିଟିଜେନ୍ ଫୋରମ୍‌ର ୧୬ତମ ବାର୍ଷିକ ଉତ୍ସବ ଓ ୭୭ତମ ମୟୂରଭଞ୍ଜ ମିଶ୍ରଣ ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଫୋରମର ସଭାପତି ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫୋରମ୍‌ର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ସ୍ବାଗତ ଅଭିଭାଷଣରେ ମୟୂରଭଞ୍ଜ ମିଶ୍ରଣ ଚୁକ୍ତିନାମାର ଦ୍ବିତୀୟ ଅଧ୍ୟାୟକୁ ସାର୍ବଜନୀନ ସହ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ ।  ଫୋରମର ପୃଷ୍ଟପୋଷକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଉପସ୍ଥିତ ରହି ଜିଲ୍ଲାର ବିକାଶ ଓ ଉନ୍ମତି ଦିଗରେ ସମସ୍ତଙ୍କ ପ୍ରଚେଷ୍ଟା ଜାରି ରହିବା ଉଚିତ ବୋଲି କହିଥିଲେ । ମୟୂରଭଞ୍ଜ ମିଶ୍ରଣ ଚୁକ୍ତିନାମା ସମ୍ପର୍କରେ ବହୁ ଅପ୍ରକାଶ୍ୟ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ ଯୋଗଦେଇ ରାଜ୍ୟ ଓ ଦେଶପାଇଁ ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି କହିଥିଲେ ।  ଶିକ୍ଷା, ସ୍ବାସ୍ଥ୍ଯ, ସାହିତ୍ୟ, କଳା, ସଂସ୍କୃତି ଓ ଗମନାଗମନ କ୍ଷେତ୍ରରେ ମହାରାଜା ମାନଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଆଇଏସ ଅଧିକାରୀ ବିଜୟ ପୃଷ୍ଟିଙ୍କ ପ୍ରେରିତ ମୟୂରଭଞ୍ଜ ମିଶ୍ରଣର ତଥ୍ୟ ଉପସ୍ଥାପନ କରାଯାଇଥିଲା ।
। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟାପକ ସନ୍ଦିପ କୁମାର ଚାନ୍ଦ,  ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ରାଜକିଶୋର ଆଚାର୍ଯ୍ୟ, ରଞ୍ଜନ ବାନାର୍ଜୀ, ସାଇ ପ୍ରକାଶ ମହାନ୍ତି ଓ କୃତି ଶିକ୍ଷକ ଶଶୀଧର ବିଶ୍ବାଳ ପ୍ରମୁଖ ଆଲୋଚନାରେ ମୟୂରଭଞ୍ଜ ମିଶ୍ରଣ ଚୁକ୍ତିନାମା କାର୍ଯ୍ୟକାରୀ, ଶିମିଳିପାଳର ସୁରକ୍ଷା ପାଇଁ କେନ୍ଦ୍ର ସରକାଙ୍କର ଆର୍ମ ଆକ୍ଟ ଲାଗୁ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମାପ୍ତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ମଧ୍ୟରେ ବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା, ବାରିପଦାରେ ବୁଢାବଳଙ୍ଗ ଆଡିବନ୍ଧ ଯୋଜନାର ଶୁଭାରମ୍ଭ, ରାସଗୋବିନ୍ଦପୁର ଏୟାରପୋର୍ଟ ନିର୍ମାଣ ପାଇଁ ସରକାର ଜୋର୍ ଦେବାକୁ ଆଲୋଚନା ହୋଇଥିଲା । ଚଳିତ ବର୍ଷ  ଫୋରମ୍ ତରଫରୁ ବରିଷ୍ଠ ସାମ୍ବାଦିକ ଡ.ବିଜୟ କୁମାର ଅଗ୍ରଓ୍ବାଲ ଓ ମହାତ୍ମାଗାନ୍ଧୀ ଚକ୍ଷୁ ଡାକ୍ତରଖାନାର ମୁଖ୍ୟ ଆଦିତ୍ୟ ପଟ୍ଟନାୟକଙ୍କୁ ମୟୂରଭଞ୍ଜ ସିଟିଜେନ୍ ଆୱାର୍ଡ-୨୦୨୫, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ବିଭୁଦତ୍ତ ଦାସ ବିବରଣୀ ପାଠ କରିଥିବାବେଳେ ଏବଂ ସର୍ବ ଶେଷରେ ସଦସ୍ୟ ମନୋଜ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Shrutilipi ad