Photo for the news of mahotsava

ଆଗରପଡା ଯୁବ ମହୋତ୍ସବର ପଞ୍ଚମ ସଂଧ୍ୟାରେ ଦର୍ଶକଙ୍କ ମନ ମୋହିଲା ବଲାଙ୍ଗୀରର ଛଉ ନୃତ୍ୟ 

ରାଜ୍ୟ

ବନ୍ତ/ଆଗରପଡ଼ା: ଆଗରପଡ଼ା ଯୁବ ମହୋତ୍ସବ ପଂଚମ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଇଂ ଅମୀୟ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଂସ୍କୃତିକ ସଭାରେ ପ୍ରଦେଶ କଂଗ୍ରେସ ଯୁବ ସଭାପତି ରଞ୍ଜିତ ପାତ୍ର ଯୋଗ ଦେଇ ସ୍ୱଦୃଢ ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ଆଜିର ଯୁବଶକ୍ତିର ନିର୍ଣ୍ଣାୟକ ଭୂମିକା ଅପରିହାର୍ଯ୍ୟ । ବିକାଶ ମୁଖି ଦେଶ ଗଠନରେ ପ୍ରଭାବଶାଳୀ ଦିଗପ୍ରତି ଦୃଷ୍ଟି ଆକର୍ଷଣ ପୂର୍ବକ କାର୍ଯ୍ୟ ନିର୍ବାହ କରିବାର ଉପଯୁକ୍ତ ଦାୟାଦ ହେଉଛନ୍ତି ଆଜିର ଯୁବ ଗୋଷ୍ଠୀ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୱାସିର ନୱାଜ ଯୋଗଦେଇ ବିଳାସ ନୁହେଁ ବିକାଶ, ଗତି ନୁହେଁ ପ୍ରଗତୀ, ଚେଷ୍ଟା ନୁହେଁ ନିଷ୍ଠା, ଦ୍ରଷ୍ଟା ନୁହେଁ ପରାକାଷ୍ଠା ଆଜିର ଯୁବଶକ୍ତିର ଧେୟ ହେଉ ବୋଲି କହିଥିଲେ । ସମ୍ମାନୀତଅତିଥି ଭାବେ ପୂର୍ବତନ ରାଜ୍ୟ କଂଗ୍ରେସ ସଂପାଦକ ଅଭିଳାଷ ମାଣିଆ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ମନୋଜ ବିଶାଳ,ବ୍ଲକ ଯୁବ କଂଗ୍ରେସ ସଭାପତି ସନ୍ଦୀପ ଜେନା, ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସାଦ ସାଦ୍ଦିକ,ବନ୍ତ ବ୍ଲକ ଯୁବ କଂଗ୍ରେସ ନେତା ମହେଶ୍ୱର ଦାସ, ନିରୋଜ ଆଇଚ ଯୋଗଦେଇ ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଯୁବ ମହୋତ୍ସବ କମିଟିର ଏତାଦୃଶ୍ୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କମିଟି ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ସଂପାଦକୀୟ ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟି ସଂଗଠନ ସମ୍ପାଦକ ଚିନ୍ମୟ ସିଂହ ମଂଚ ଆହ୍ୱାନ କରିଥିବା ବେଳେ ନୃସିଂହ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରେରଣ କରାଯାଇଥିବା ବଲାଙ୍ଗୀର ଛଉ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଧ୍ୟାରେ ଦର୍ଶକଙ୍କ ମନ ମୋହିଥିଲା ଗାଁ ଆଖଡା ବିଜେତା କ୍ରିଷ୍ଣା ଯାଦୁଗରଙ୍କ ଆକର୍ଷଣୀୟ ଯାଦୁ ଖେଳ । ଚଳିତ ବର୍ଷ ଯୁବ ମହୋତ୍ସବରେ ବିଶେଷ ଆକର୍ଷଣ ଭିତ୍ତିକ ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ ସୁନା ବୋହୁ ଓ ସୁନା ଝିଅ ଦର୍ଶକଙ୍କ ପାଇଁ ବେଶ ଆକର୍ଷଣ ସାଜିଥିଲା । ସମସ୍ତ କାର୍ଯ୍ୟକୁ ଚିତ୍ତରଞ୍ଜନ ସାମନ୍ତରାୟ, ପ୍ରଣୟ ସିଂହ, ପ୍ରଫୁଲ୍ଲ ବିଶ୍ୱାଳ,ହିମାଦ୍ରୀ ମହାନ୍ତି,ତପନ ପୃଷ୍ଟି,ବାବୁରାମ ବେହେରା, ହାପୀ ରାୟ ଏବଂ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ର ଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।