Jajpur e1767108992477 300x183

ଚିକିତ୍ସାରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ: ଡାକ୍ତରଖାନା ଆଗରେ ଧାରଣା

ରାଜ୍ୟ

ଯାଜପୁର: ଯାଜପୁର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅପରେସନ ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପ୍ରସୂତିଙ୍କର କଟକରେ ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଚିକିତ୍ସାରେ ଅବହେଳା ଅଭିଯୋଗରେ ପରିବାର ଲୋକେ ଉକ୍ତ ଡାକ୍ତରଖାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୨୪ ତାରିଖରେ ପ୍ରସୂତିଙ୍କୁ ଯାଜପୁରର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରସବ ପାଇଁ ତାଙ୍କର ଅପରେସନ କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ଅପରେସନ କରାଯାଇଥିବା ଘରୋଇ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ଏପରି ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନେ ଡାକ୍ତରଖାନା​‌ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି। ତେବେ ସେହି ୨୪ ତାରିଖ ରାତିରେ ଉକ୍ତ ଘରୋଇ ଡାକ୍ତରଖାନାରେ ଆଉ ଜଣେ ପ୍ରସୂତିଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ସେଠାରେ ଭଙ୍ଗାରୁଜା ହୋଇଥିଲା। ଉତ୍ତେଜନା ବଢ଼ିବାରୁ କର୍ତ୍ତୃପକ୍ଷ ଡାକ୍ତରଖାନାରେ ତାଲା ପକାଇ ଫେରାର ହୋଇଯାଇଛନ୍ତି।

Shrutilipi ad