Photo for the news of agrpara mahotsabha

‘ଏକତ୍ୱବାଦର ଜୟଯାତ୍ରା ଯୁବଶକ୍ତି ପାଇଁ ଆହ୍ୱାନ’

ରାଜ୍ୟ
  • ଆଗରପଡା ଯୁବ ମହୋତ୍ସବର ଚତୁର୍ଥ ସଂଧ୍ୟା

ବନ୍ତ/ଆଗରପଡ଼ା: ସାମ୍ପ୍ରତିକ ସ୍ଥିତିରେ ଅବକ୍ଷୟ ମୁଖୀ ସମାଜରେ ବିଭେଦାୟନ ଓ ଗୋଷ୍ଠୀବାଦର ବିଲୋପ ସାଧନ ପୂର୍ବକ ଏକତ୍ୱବାଦର ମହାମନ୍ତ୍ର ପ୍ରଚାର, ଆଜିର ଯୁବଶକ୍ତି ପାଇଁ ଆହ୍ୱାନ । ପୂର୍ବସୂରୀଙ୍କ ମାନବବାଦର ସୂପ୍ନିଳ ଚିନ୍ତା ଚେତନାର ପରିବୃଦ୍ଧି ହିଁ ଆଗାମୀ ଉତ୍ତରପିଢୀଙ୍କ କର୍ମମୟ ଜୀବନ ପଥର ନବଦିଗନ୍ତର ବାର୍ତ୍ତା ସୃଷ୍ଟି କରୁ ବୋଲି ଚତୁର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ହରିହର ପାଣିଗ୍ରାହୀ ଯୋଗ ଦେଇ କହିଥିଲେ । କମିଟିର ସଭାପତି ଇଂ ଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଚିତ୍ତରଞ୍ଜନ ସାମନ୍ତରାୟ, ପ୍ରଣୟ କୁମାର ସିଂହ, ନିରୋଜ ଆଇଚ ପ୍ରମୁଖ ଯୋଗଦେଇ ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଯୁବ ମହୋତ୍ସବ କମିଟିର ଏତାଦୃଶ୍ୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କମିଟିର ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ସଂପାଦକୀୟ ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟିର ସଂଗଠନ ସମ୍ପାଦକ ଚିନ୍ମୟ ସିଂହ ମଂଚ ଆହ୍ୱାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କେଉଁଝରରୁ ଆସିଥିବା ମହାକାଳ ଡ୍ୟାନ୍ସ ଗୃପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ଅମୂଲ୍ୟ ରତ୍ନ ନନ୍ଦ, ଜିତେନ୍ଦ୍ର ଶତପଥି,ସୋନୁ ମହାନ୍ତି,ତପନ ପୃଷ୍ଟି, ନୃସିଂହ ଖୁଣ୍ଟିିଆ, ବାବୁରାମ ବେହେରା, ହାପୀ ରାୟ, ଦିବ୍ୟ ଆକାଶ ପୁହାଣ ଏବଂ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad