ମାଗଣା ତାଲିମଭିତ୍ତିକ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ  : ଫୁଲଚାଷ ଓ କୃଷି ଯନ୍ତ୍ରପାତି ରକ୍ଷଣାବେକ୍ଷଣ କୋର୍ସ ସାମିଲ 

ରାଜ୍ୟ
ବାରିପଦା :  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ତରଫରୁ ଛଅ ମାସିକ ସାର୍ଟିଫିକେଟ କୋର୍ସ “ସମର୍ଥ” ପାଇଁ ନାମଲେଖା ଦରଖାସ୍ତ ଆହ୍ଵାନ କରାଯାଉଅଛି । ଏହି ପାଠ୍ୟକ୍ରମରେ ଦୁଇଟି ବିଷୟ ଯଥା ଫୁଲ ଚାଷ ସମ୍ପର୍କିତ କୋର୍ସ କୃଷି ବିଜ୍ଞାନ କେନ୍ଦ୍ର, ଶାମାଖୁଣ୍ଟା ଓ କୃଷି ଯନ୍ତ୍ରପାତି ତଥା ମେସିନ୍ ରକ୍ଷଣାବେକ୍ଷଣ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ର, ଯଶିପୁର ଠାରେ ତାଲିମ୍ ପ୍ରଦାନ କରାଯିବ । ଉଭୟ କୋର୍ସ ପାଇଁ ୨୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ତାଲିମ୍ ଗ୍ରହଣ ପାଇଁ ମନୋନୀତ କରାଯିବ । ନାମ ଲେଖେଇବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ୍ ରହିଛି । ଏହାସହ ବୟସ ୧୫ରୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ  । ଇଚ୍ଛୁକ ପ୍ରାର୍ଥୀମାନେ ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ ।
ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମେଧା ଆଧାରିତ ଅଟେ । ତାଲିମ୍ ପାଠ୍ୟକ୍ରମ ୬ ମାସ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩ମାସ ଅନୁଷ୍ଠାନରେ କେବଳ ଶିକ୍ଷାଭିତ୍ତିକ ତାଲିମ ଅନୁଷ୍ଠାନ ମଧ୍ୟରେ ଦିଆଯାଇ ୨ୟ ପର୍ଯ୍ୟାୟରେ ୩ମାସ ପାଇଁ  ନିଜ ନିଜ ପାଠ୍ୟକ୍ରମ ସମ୍ପର୍କିତ ଇଣ୍ଡଷ୍ଟ୍ରି, ଉଦ୍ୟୋଗ କିମ୍ବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ମାର୍କ ଆଧାରରେ ଅଧିକ ଶିକ୍ଷା ଓ ଗବେଷଣା ପାଇଁ ପ୍ରେରଣ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଅଫିସିଆଲ୍ ସାଇଟ୍ କୁ ଯାଇ ଦରଖାସ୍ତ ଫର୍ମ ଡାଉନଲୋଡ କରିବେ । ଆବଶ୍ୟକୀୟ ଅନ୍ୟ ପ୍ରମାଣପତ୍ରକୁ ଦରଖାସ୍ତ ଫର୍ମ ସହ ସଂଲଗ୍ନ କରି ନିଜ ପସନ୍ଦର କୃଷି ବିଜ୍ଞାନ କେନ୍ଦ୍ରକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଡିସେମ୍ବର ୨୬ ତାରିଖ ସୁଦ୍ଧା ପହଞ୍ଚିବାର ବ୍ୟବସ୍ଥା କରିବେ । ଏହା ସହ ନିଜେ ମଧ୍ୟ ନିଜ ପସନ୍ଦର କୃଷି ବିଜ୍ଞାନ କେନ୍ଦ୍ର କୁ ଯାଇ ଏହାକୁ ଦାଖଲ କରିପାରିବେ ।
Shrutilipi ad